ଓଡିଶା

odisha

ETV Bharat / state

ପାଟଣାଗଡ଼ ହତ୍ୟା ମାମଲା: ଥାନା ନିକଟ ଗଛମୂଳେ ମୃତ ପରିବାର ଆଶ୍ରିତ - ମର୍ଡର କେସ

ପାଟଣାଗଡର ଗୋଟିଏ ପରିବାର 6 ଜଣଙ୍କୁ ହତ୍ୟା ମାମଲାରେ ଆତଙ୍କିତ ମୃତକଙ୍କ ପରିବାର । ସବୁ ନିଜ ଘରକୁ ନଯାଇ ଏମାନେ ଥାନା ନିକଟ ଏକ ଗଛ ମୂଳେ ଆଶ୍ରୟ ନେଇଛନ୍ତି। ଅଧିକ ପଢନ୍ତୁ..

ପାଟଣାଗଡ଼ ହତ୍ୟା ମାମଲା : ଥାନା ନିକଟ ଗଛମୂଳେ ମୃତ ପରିବାର ଆଶ୍ରିତ
ପାଟଣାଗଡ଼ ହତ୍ୟା ମାମଲା : ଥାନା ନିକଟ ଗଛମୂଳେ ମୃତ ପରିବାର ଆଶ୍ରିତ

By

Published : Nov 20, 2020, 10:21 PM IST

Updated : Nov 20, 2020, 10:39 PM IST

ବଲାଙ୍ଗୀର: ପାଟଣାଗଡ଼ ପରିବାର ଜଘନ୍ୟ ହତ୍ୟାକାଣ୍ଡ ପରେ ପୋଲିସ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଏବେ ବି ଏହାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ମୃତ ବୁଲୁ ଜାନି ପରିବାର ଅନ୍ୟ ସଦସ୍ୟ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରିକି ସବୁ ନିଜ ଘରକୁ ନଯାଇ ଏମାନେ ଥାନା ନିକଟ ଏକ ଗଛ ମୂଳେ ଆଶ୍ରୟ ନେଇଛନ୍ତି। ଏଥିସହ ତାଙ୍କ ଜୀବନ ପ୍ରତି ମଧ୍ୟ ଭୟ ଥିବା ସମସ୍ତେ କହିଛନ୍ତି।

ପାଟଣାଗଡ଼ ହତ୍ୟା ମାମଲା: ଥାନା ନିକଟ ଗଛମୂଳେ ମୃତ ପରିବାର ଆଶ୍ରିତ

ବଲାଙ୍ଗୀର ପାଟଣାଗଡ଼ର ଜଘନ୍ୟ ହତ୍ୟାକାଣ୍ଡରେ ବୁଲୁ ଜାନି ପରିବାର ଛ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ହେଲେ ଏହାର ମୁଖ୍ୟ ଅଭିଯୁକ୍ତ ଗାଙ୍ଗୁଆ ମାଝି ଏବେ ବି ଫେରାର ଥିବା ବେଳେ ପୁଣି ଆକ୍ରମଣ ର ଭୟ କରିଛନ୍ତି ହତ୍ୟା କାଣ୍ଡରୁ ବଞ୍ଚି ଯାଉଥିବା ଅନ୍ୟ ସଦସ୍ୟ ମାନେ । ତେବେ ବୁଲୁ ଜାନି ଦଶ ବର୍ଷ ପୂର୍ବେ ଝାଡଖଣ୍ଡରୁ ପାଟନାଗଡ ଆସି ଏଠାରେ ସଂସାର ଗଢ଼ିଥିଲା। ଏପରିକି ଏଠାରେ ଜମି କିଣି ଘର କରି ରହି ଆସୁଥିଲା। ତେବେ ତାଙ୍କ ପାଖରେ ରହୁଥିବା ତାଙ୍କ ସମ୍ପ୍ରଦାୟର ତିନୋଟି ପରିବାର ସହ ତାର ଶତ୍ରୁତା ଲାଗି ରହିଥିଲା। ଏହି ତିନି ଗଣ୍ଡ, ମାଝି ଓ ଜାନି ପରିବାର ଲୋକ ମିଶି ବୁଲୁ ଜାନି ର ସମ୍ପୂର୍ଣ ବଂଶ ନିପାତ କରିବା ପାଇଁ ରଚି ଥିଲେ ଷଡ଼ଯନ୍ତ୍ର। ଶେଷରେ ଗତ 11 ତାରିଖରେ ବୁଲୁ ଜାନିର ଘରକୁ ଆସି ତାଙ୍କୁ ତାର ସ୍ତ୍ରୀ ଜ୍ୟୋତି ଜାନି ଓ ଚାରି ସନ୍ତାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ।

ତେବେ ବାହାର ଜିଲ୍ଲାରେ ରହୁଥିବା ବୁଲୁ ଜାନିର ଚାରି ପୁଅ ଓ ତାଙ୍କର ପରିବାର ଏହି ହତ୍ୟାକାଣ୍ଡରୁ ବର୍ତ୍ତି ଯାଇଥିଲେ। ଏହି ଘଟଣା ପରେ ସେମାନେ ପାଟଣାଗଡ଼ ଫେରିଥିଲେ ସୁଦ୍ଧା ନିଜ ଘରକୁ ନଯାଇ ଗଛ ମୂଳେ ଦିନ କାଟୁଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ଖୋଲାରେ ବୁଲୁଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନେ ଘରକୁ ନଯାଇ ଯାଯାବର ଭଳି ରହିଥିବା କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ , ଇଟିଭି ଭାରତ

Last Updated : Nov 20, 2020, 10:39 PM IST

ABOUT THE AUTHOR

...view details