ଓଡିଶା

odisha

ETV Bharat / state

ଜେଲରୁ ମେଡିକାଲ ଗଲେ ପାଟଣାଗଡ ବିଧାୟକ

କାଲି(ସୋମବାର) ଜେଲ ଯିବା ପରେ ମଙ୍ଗଳବାର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର । କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଇବା ଘଟଣାରେ ଗିରଫ ହୋଇଛନ୍ତି ବିଧାୟକ ।

By

Published : Jun 25, 2019, 9:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କାରାଇବା ଘଟଣାରେ ସୋମବାର ପାଟଣାଗଡ ବିଧାୟକ ସରୋଜ ମେହେର ଗିରଫ ହୋଇଥିଲେ । ତାଙ୍କୁ ସାତଦିନ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ଏଡିଜେଏମ ସ୍ଵତନ୍ତ୍ର କୋର୍ଟ । ପାଟଣାଗଡ ଉପ କାରାଗାରରେ ବିଚାରଧୀନ କଏଦୀ ଭାବରେ ଥିଲେ ବିଧାୟକ ସରୋଜ ମେହେର । ତେବେ ଆଜି(ମଙ୍ଗଳାବର) ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଥିବାରୁ ତାଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କାରଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ଡାକ୍ତର ମାନେ ବିଧାୟକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କେଉଁ କାରଣରୁ ବିଗିଡିଛି ତାହା ପରେ ଜଣା ପଡ଼ିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ବିଧାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ ଜେଲ ଯାଉ ଯାଉ କାହିଁକି ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଲା ସେନେଇ ସାଧାରଣରେ ହେଉଛି ଚର୍ଚ୍ଚା । ତେବେ ଏହା ପଛରେ ପ୍ରକୃତ କାରଣ କଣ ତାହା ତ ଡାକ୍ତରୀ ରିପୋର୍ଟ ପରେ ସ୍ପଷ୍ଟ ହୋଇଯିବ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details