ଓଡିଶା

odisha

ETV Bharat / state

ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବଲାଙ୍ଗୀର ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଆଜି(ଶୁକ୍ରବରା) ଉଦ୍ଧାର ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ

By

Published : May 6, 2022, 9:21 PM IST

ପାଟଣାଗଡ଼ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ପାଟଣାଗଡ଼ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବଲାଙ୍ଗୀର:ବଲାଙ୍ଗୀର ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଆଜି (ଶୁକ୍ରବରା) ଉଦ୍ଧାର ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । ପାଟଣାଗଡ଼ ବ୍ଲକ ଜେଇ ସୁରେଶ ସାହୁଙ୍କ ମୃତଦେହ ପାଟଣାଗଡ଼ ବନକା ବିହାର ଗ୍ରାମ ନିକଟ ରାସ୍ତା କଡ଼ରେ ପଡିଥିବାର ଲୋକେ ଦେଖିଥିଲେ । ପାଖରେ ତାଙ୍କର ଗାଡି ମଧ୍ୟ ପଡ଼ିଥିବା ଦେଖି ଲୋକେ ପାଟଣାଗଡ଼ ପୋଲିସକୁ ସୂଚନା ଦେଇଥିଲେ ।

ତେବେ ମୃତ ଜେଇ ସୁରେଶ ସାହୁ କଟକ ନିଆଳିର ମୂଳ ନିବାସୀ ହୋଇଥିବା ବେଳେ ଦେଢ଼ ବର୍ଷ ହେବ ପାଟଣାଗଡ଼ ବ୍ଲକରେ ଜେଇ ଭାବରେ କାର୍ଯ୍ୟ କରିଆସୁଥିଲେ । ସେପଟେ ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ମୃତ୍ୟୁ ସୂଚନା ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଛି । ସେହିପରି ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details