ଓଡିଶା

odisha

ETV Bharat / state

ପାଟଣାଗଡ JE ମୃତ୍ୟୁ ଘଟଣା: 5 ଦିନରେ ପଦକ୍ଷେପ ନେବାକୁ କୋଶଳ ମୁକ୍ତି ମୋର୍ଚ୍ଚାର ଚେତାବନୀ - ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟଣା

ରାସ୍ତା କଡ଼ରୁ ପାଟଣାଗଡ଼ ବ୍ଲକ JE ସୁରେଶଚନ୍ଦ୍ର ସାହୁଙ୍କ ମୃତଦେହ ମିଳିବା ଘଟଣା । ପାଞ୍ଚ ଦିନରେ ପଦକ୍ଷେପ ନ ନେଲେ କୋଶଳ ମୁକ୍ତି ମୋର୍ଚ୍ଚାର ଆନ୍ଦୋଳନ ଧମକ । ଅଧିକ ପଢନ୍ତୁ

ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟଣା, ପାଞ୍ଚ ଦିନରେ ପଦକ୍ଷେପ ନେବାକୁ କୋଶଳ ମୁକ୍ତି ମୋର୍ଚ୍ଚାର ଧମକ
ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟଣା, ପାଞ୍ଚ ଦିନରେ ପଦକ୍ଷେପ ନେବାକୁ କୋଶଳ ମୁକ୍ତି ମୋର୍ଚ୍ଚାର ଧମକ

By

Published : May 18, 2022, 12:53 PM IST

ବଲାଙ୍ଗୀର: ରାସ୍ତା କଡ଼ରୁ ପାଟଣାଗଡ଼ ବ୍ଲକ JE ସୁରେଶଚନ୍ଦ୍ର ସାହୁଙ୍କ ମୃତଦେହ ମିଳିବା ଘଟଣା । ପାଞ୍ଚ ଦିନରେ ପଦକ୍ଷେପ ନ ନେଲେ କୋଶଳ ମୁକ୍ତି ମୋର୍ଚ୍ଚାର ଆନ୍ଦୋଳନ ଧମକ । ସୂଚନାଅନୁସାରେ, ଗତ ୫ ତାରିଖରେ ବଲାଙ୍ଗୀର ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତ ଦେହ ବନକା ବିଅର ଗ୍ରାମ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିଲା । ତେବେ ଏହାକୁ ନେଇ ତାଙ୍କ ପରିବାର ଲୋକ ଓ କିଛି ସଂଗଠନ ହତ୍ୟା କରା ଯାଇଥିବାର ଅଭିଯୋଗ ଆଣିଥିଲେ ।

ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟଣା, ପାଞ୍ଚ ଦିନରେ ପଦକ୍ଷେପ ନେବାକୁ କୋଶଳ ମୁକ୍ତି ମୋର୍ଚ୍ଚାର ଧମକ

ଏହା ମଧ୍ୟ ପଢନ୍ତୁ: ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଏହି ଘଟଣାକୁ 13 ଦିନ ବିତି ଥିବା ବେଳେ ଏଯାଏଁ ପୋଲିସ୍ ଅଭିଯୋଗ ଅନୁସାରେ ତଦନ୍ତ କରୁନଥିବାର ଅଭିଯୋଗ କରିଛି ପାଟଣାଗଡ଼ କୋଶଳ ମୁକ୍ତି ମୋର୍ଚ୍ଚା । ଗତକାଲି(ମଙ୍ଗଳବାର) ପାଟଣାଗଡ଼ ଥାନା ଏମାନେ ଘେରାଉ କରିବା ସହ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ସେହିପରି ଆସନ୍ତା ପାଞ୍ଚ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ ନ କରାଗଲେ ଆନ୍ଦୋଳନ କରିବେ କୋଶଳ ମୁକ୍ତି ମୋର୍ଚ୍ଚା ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details