ଓଡିଶା

odisha

ETV Bharat / state

ଭୁଲ ଇଞ୍ଜେକସନ ନେଲା ରୋଗୀ ଜୀବନ, ମେଡିକାଲ ପରିସରରେ ଉତ୍ତେଜନା - ପୋଲିସ ଫୋର୍ସ ମଧ୍ୟ ମୃତୟନ

ଭୁଲ ଇଞ୍ଜେକସନ ନେଇ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ । ଯାହାକୁ ନେଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରିସରରେ ଦେଖାଦେଇଛି ଉତ୍ତେଜନା । ଅଧିକ ପଢନ୍ତୁ

ଭୁଲ ଇଞ୍ଜେକସନ ନେଲା ରୋଗୀ ଜୀବନ, ମେଡିକାଲ ପରିସରରେ ଉତ୍ତେଜନା
ଭୁଲ ଇଞ୍ଜେକସନ ନେଲା ରୋଗୀ ଜୀବନ, ମେଡିକାଲ ପରିସରରେ ଉତ୍ତେଜନା

By

Published : Aug 27, 2022, 12:02 PM IST

ବଲାଙ୍ଗୀର:ଭୁଲ ଇଞ୍ଜେକସନ ଯୋଗୁଁ ପୁଣି ରୋଗୀଙ୍କ ଜୀବନ ହରାଇଥିବା ଅଭିଯୋଗ(Patient Dies after Being Given Wrong Injections) । ଯାହାକୁ ନେଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରିସରରେ ଦେଖାଦେଇଛି ଉତ୍ତେଜନା । ରୋଗୀଙ୍କ ସମ୍ପର୍କୀୟ ଓ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଥିଲା ଯେ ଅଞ୍ଚଳବାସୀ ମଧ୍ୟ ମେଡିକାଲ ପରିସରରେ ପହଞ୍ଚି ପାଟିତୁଣ୍ତ କରିଥିଲେ । ଫଳରେ ମେଡିକାଲ ପରିସର କିଛି ସମୟ ପାଇଁ ଅଶାନ୍ତ ହୋଇପଡିଥିଲା । ପରିସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମଧ୍ୟ ମୃତୟନ କରାଯାଇଥିଲା । ଆଉ ରୋଗୀଙ୍କ ସମ୍ପର୍କୀୟଙ୍କୁ ପୋଲିସ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲା ।

ଭୁଲ ଇଞ୍ଜେକସନ ନେଲା ରୋଗୀ ଜୀବନ, ମେଡିକାଲ ପରିସରରେ ଉତ୍ତେଜନା

ସୂଚନା ଅନୁସାରେ, ବଲାଙ୍ଗୀର ଇଚ୍ଛାପଡ଼ାର ଦେବଧି ରାଉତଙ୍କ ସାନ ପୁଅ କାହ୍ନା ରାଉତ ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ(Balangir Bhima Bhoi Medical College and Hospital) ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ସମୟରେ ତାଙ୍କୁ ଦୁଇଟି ଇଞ୍ଜେକ୍ସନ ଦିଆଯାଇଥିଲା । ଏହି ଇଞ୍ଜେକ୍ସନ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ଡାକ୍ତରଖାନାରେ ମୃତକଙ୍କ ସମ୍ପର୍କୀୟ ଓ ଅଞ୍ଚଳବାସୀ ହୋହାଲ୍ଲା କରିଥିଲେ । ଫଳରେ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହାବି ପଢନ୍ତୁ:MKCGରେ ଭୁଲ୍‌ ଇଞ୍ଜେକ୍ସନ ପାଇଁ ରୋଗୀ ଅସୁସ୍ଥ, ଅଭିଯୋଗକୁ ଡାକ୍ତରଙ୍କ ଖଣ୍ଡନ

ସେପଟେ ମେଡିକାଲରେ ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ପରିବାର ଲୋକଙ୍କୁ ବୁଝାସୁଝା କରିଛି । ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ରୋଗୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ତେବେ ପରିବାର ଲୋକେ ଏହି ମାମଲାର ଉଚିତ ତଦନ୍ତ ଦାବି କରିଛନ୍ତି ଓ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିଛନ୍ତି । ଅନ୍ୟପଟେ, ରୋଗୀ ଜଣକ ମେଡିକାଲକୁ ଆସିବା ସମୟରେ ଗୁରୁତର ଥିଲେ । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details