ବଲାଙ୍ଗୀର: ଜିଲ୍ଲାର ପାଟଣାଗଡ଼ ଅଞ୍ଚଳରେ ଜଣେ ବୃଦ୍ଧା ଉଈହୁଙ୍କା ପରି ମାଟି ଘରେ ଦୀର୍ଘ ୮ ବର୍ଷ ଧରି ରହିଆସୁଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରସାରଣ ପରେ ବୃଦ୍ଧାଙ୍କ ନିକଟରେ ପ୍ରଥମେ ପ୍ରଶାସନ ଓ ଏବେ ପାଟଣାଗଡ଼ ବିଧାୟକ ପହଞ୍ଚିଛନ୍ତି । ବିଧାୟକ ନିଜ ଦରମାରୁ ବୃଦ୍ଧାଙ୍କୁ ୫୦ ହଜାର ସହାୟତା ରାଶି ଦେଇଥିବା ଜଣାପଡ଼ିଛି ।
ଜିଲ୍ଲାରେ ଅନେକ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ମାତ୍ର ଏହି ଅସହାୟ ବୃଦ୍ଧାଙ୍କ ନିକଟରେ ତାହା ପହଞ୍ଚିପାରିନଥିଲା । ଦୀର୍ଘ ୮ ବର୍ଷ ଧରି ସେ ଉଈହୁଙ୍କା ପରି କୁଡ଼ିଆ ଘରେ ରହିଆସୁଥିଲେ । ଖବର ପ୍ରସାରଣ ହେବା ପରେ ନିଜେ ପାଟଣାଗଡ଼ ବିଧାୟକ ସରୋଜ ମେହେର ନିଜ ଦରମାରୁ ୫୦ ହଜାର ଟଙ୍କା ସାହାଯ୍ୟ ପାଇଁ ଦେଇଛନ୍ତି । ତେବେ ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମର ଅସହାୟ ବୃଦ୍ଧା ଦମୟନ୍ତୀ ବିଶିଙ୍କୁ ପରିବାର ଦୂରେଇ ଦେବା ପରେ ସେ ଏକାକୀ ରହି ଆସିଥିଲେ।
ଏହା ବି ପଢନ୍ତୁ- କାହା ପାଇଁ ଏତେ ଯୋଜନା ? ଉଈହୁଙ୍କା ଭଳି ଛୁମ୍ପୁଡିରେ ବିତୁଛି ବୃଦ୍ଧାଙ୍କ ଜୀବନ