ବଲାଙ୍ଗୀର: ପ୍ରତ୍ୟେକ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ଶିକ୍ଷାର ବିକାଶ ପାଇଁ ଘରେ ଘରେ ଶପଥ ପତ୍ର ଦାଖଲ କରିବାକୁ ଦାବି କଲା ରାଜ୍ୟ ଅଭିଭାବକ ସଙ୍ଘ । ନିର୍ବାଚନରେ ଶିକ୍ଷାକୁ ଗୁରୁତ୍ଵ ଦେବା ସହ ରାଜନୀତିକ ଏଜେଣ୍ଡା ଦେବାକୁ ଦାବି କରିଛି । ଶିକ୍ଷାର ବିକାଶ ପାଇଁ ସମସ୍ତ ପ୍ରାର୍ଥୀ ଏହି ଘୋଷଣାପତ୍ରକୁ ଘରେ ଘରେ ପହଞ୍ଚାନ୍ତୁ ବୋଲି ସଙ୍ଘ ପକ୍ଷରୁ ଦାବି କରାଯାଇଛି ।
ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ବଲାଙ୍ଗୀର ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି ରଖିଛି ଅଭିଭାବକ ସଙ୍ଘ । ସ୍ଥାନୀୟ ନେତା ତଥା ତୃଣମୂଳ ସ୍ତରରେ ନେତାମାନେ ଚାହିଁଲେ ଶିକ୍ଷାର ବିକାଶ ହୋଇ ପାରିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ବିଶେଷ କରି ଛାତ୍ରଛାତ୍ରୀ ଅଭାବ ଥିବା କାରଣରୁ ବନ୍ଦ ସ୍କୁଲ କିମ୍ବା ଅନ୍ୟ ସ୍କୁଲ ସହ ମିଶ୍ରଣ ଯୋଗୁଁ ଶିକ୍ଷା ବାଧା ପ୍ରାପ୍ତ ହୋଇଛି । ଏଭଳି ସ୍ଥଳେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବିଦ୍ୟାଳୟ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ଏଥିପାଇଁ ପବ୍ଲିକ ଘୋଷଣାପତ୍ର ଦିଅନ୍ତୁ ବୋଲି କହିଛନ୍ତି ।