ଓଡିଶା

odisha

ETV Bharat / state

ପାଣି ବିନା ପାଣି ପଞ୍ଚାୟତ ପକ୍ଷ ପାଳନ, ବଲାଙ୍ଗୀରରେ କାଗଜପତ୍ରରେ ଚାଲିଛି ଜଳସେଚନ ! - ପାଣି ପଞ୍ଚାୟତ ପକ୍ଷ

ଜଳ ସେଚନର ଘୋର ଅଭାବ ଥିବା ଜିଲ୍ଲା ବଲାଙ୍ଗୀରରେ ଚାଲିଛି ପାଣି ପଞ୍ଚାୟତ ପକ୍ଷ । ଅଧିକ ପଢନ୍ତୁ

paani panchayat programme in balangir
ବଲାଙ୍ଗୀରରେ ପାଣି ପଞ୍ଚାୟତ ପକ୍ଷ

By

Published : Feb 9, 2023, 2:18 PM IST

ବଲାଙ୍ଗୀରରେ ପାଣି ପଞ୍ଚାୟତ ପକ୍ଷ

ବଲାଙ୍ଗୀର:ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି । ଜଳ ସେଚନର ଘୋର ଅଭାବ ଥିବା ଜିଲ୍ଲାରେ ବିନା ପାଣିରେ ଚାଲିଛି ପାଣି ପଞ୍ଚାୟତ ପକ୍ଷ । ଏଭଳି ଅଭିଯୋଗ ହେବା ସ୍ବାଭାବିକ। କାରଣ ବଲାଙ୍ଗୀର ଜିଲ୍ଲାରେ ଛୋଟ ବଡ ନଦୀ ଓ ଜଳାଶୟ ଅନେକ ରହିଛି । ହେଲେ ଏସବୁ ସତ୍ତ୍ୱେ ଜିଲ୍ଲାରେ ଜଳ ସେଚନ ପ୍ରତିଶତ ଏବେ ବି ଅଳ୍ପ ରହିଛି ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ଭଲ ବର୍ଷା ହେଲେ ଜଳ ସେଚନ 14 ପ୍ରତିଶତ ହୋଇଥାଏ । ଏହିପରି ଜିଲ୍ଲାରେ ନିଶ୍ଚିତ ଜଳ ସେଚନ ମାତ୍ର ତିନି ପ୍ରତିଶତ । ତେବେ ଏଠି କାଗଜ କଲମରେ ଚାଲିଛି ଜଳ ସେଚନ । ଚାଷୀଙ୍କ କ୍ଷେତ ବିନା ପାଣିରେ ମରୁଭୂମି ଭଳି ହୋଇଛି । ଏଠି ଚାଷ ସବୁ ବେଳେ ସ୍ୱର୍ଗ ଆଶ୍ରିତ ଜଳକୁ ଚାହିଁ ରହିଥାନ୍ତି ଚାଷୀ । ତେବେ ଭଲ ବର୍ଷା ହେଲେ ଚାଷ ହୁଏ ନହେଲେ ମରୁଡି ପଡିବା ନିଶ୍ଚିତ ହୋଇଥାଏ । ଜଳ ସେଚନ ସୁବିଧା ନ ଥାଇ ଜଳ ଆବଣ୍ଟନ ପାଇଁ ଏଠି ପାଣି ପଞ୍ଚାୟତ ଓ ତାକୁ ନେଇ ପାଣି ପଞ୍ଚାୟତ ପକ୍ଷ୍ ପାଳନକୁ ନେଇ ଏବେ ଏଠି ଚର୍ଚ୍ଚା ହେଉଛି ।

ଜିଲ୍ଲାରେ ଫେବୃୟାରୀ ପହିଲାରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପାଳନ କରୁଛି ଜଳ ସମ୍ପଦ ବିଭାଗ । ଯେଉଁଥିରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ସହ ସଭା ସମିତି ଓ ପ୍ରତିଯୋଗିତା ମାନ ଚାଲିଛି । ଲୋକଙ୍କୁ ଜଳ ସୁଆବଣ୍ଟନର ବାର୍ତ୍ତା ଦିଆ ଯାଉଛି । ସେପଟେ ଏହାକୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସରକାରକୁ ଘେରଛନ୍ତି । ତେବେ ଯେଉଁ ଉଦ୍ଦେଶ୍ୟ ପାଇଁ ଏହା କରାଯାଉଛି ତାହା ସାଧିତ ହେଉ ନାହିଁ ବୋଲି କହିଛନ୍ତି ବିଧାୟକ ନିରସିଂହ ମିଶ୍ର । ବିନା ପାଣିରେ ଏଠି ପାଣି ପଞ୍ଚାୟତ ପକ୍ଷ ପାଳନ ହେଉଥିବା ସେ କହିଛନ୍ତି ।

ଜିଲ୍ଲାରେ ପାଣିର ଘୋର ଅଭାବ ରହିଛି । ଏଠି ଜଳସେଚନ କେବଳ କାଗଜ କଲମରେ ଚାଲିଛି । ଯୋଜନା ଅନେକ ଅଛି ହେଲେ ତାହା ଏଠି କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ବିଧାୟକ । ସେହିପରି ସେ ଯେତେବେଳେ ପଶ୍ଚିମ ଓଡିଶା ଅଧ୍ୟକ୍ଷ୍ୟ ଥିଲେ ସେ ସମୟରେ ଜିଲ୍ଲାର ଜଳସେଚନକୁ ନେଇ ସର୍ଭେ କରିଥିଲେ । ଏଠି ନିଶ୍ଚିତ ଜଳସେଚନ ମାତ୍ର 3 ପ୍ରତିଶତ ଥିବାର ଜଣା ପଡିଥିଲା । ସେପଟେ ସରକାର କାଗଜ କଲମରେ ଜଳ ସେଚନ 35 ପ୍ରତିଶତ ଥିବାର କହୁଥିବା ବେଲେ ଏଠି ଏଲଆଇ ପଏଣ୍ଟ, ଗଭୀର ନଳକୂପ ସବୁ ଅକାମି ହୋଇପଡିଛି । ଜିଲ୍ଲାରେ ପାଣି ସମସ୍ୟା ନେଇ ସେ ବିଧାନସଭାରେ ଅନେକ ଥର ପ୍ରଶ୍ନ କରଥିଲେ ସୁଦ୍ଧା ଆଜି ଯାଏଁ ଉତ୍ତର ସରକାର ଦେଇ ନ ଥିବାର କହିଛନ୍ତି ।

ସେହିପରି 23 ବର୍ଷର ବିଜେଡି ସରକାର କିଛି କରି ପାରିନାହାନ୍ତି । ପାଣି ସଂରକ୍ଷଣ ଯୋଜନାରେ ବଲାଙ୍ଗୀର ଛତା ମଖନା ଠାରେ ଏକ ପ୍ରକଳ୍ପ ଯୁଦ୍ଧ ଗତିରେ ଚାଲିଛି ଓ ଏହା ଭୂତଳ ଜଳସ୍ତର ବୃଦ୍ଧି ହେବ ବୋଲି ସେ କହିଛନ୍ତି । ତେଣୁ ଏହି ଭଳି ସବୁ ଯୋଜନା କାର୍ଯ୍ୟକାରୀ କରା ଗଲେ ଲୋକ ଉପକୃତ ହେବେ ଓ ଅଞ୍ଚଳର ବିକାଶ ହେବ ବୋଲି ସେ କହିଛନ୍ତି। ସେପଟେ ଜିଲ୍ଲାରେ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀ ସଞ୍ଜୟ ତ୍ରିପାଠୀ ଜଳ ସେଚନ କମ ଥିବାର ସ୍ୱୀକାର କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details