ବଲାଙ୍ଗୀର:ସରକାରୀ ସ୍କୁଲ ଶିକ୍ଷକ କରୁଛନ୍ତି ପଞ୍ଚାୟତ ନିର୍ବାଚନ ପ୍ରଚାର । ନିଜ ସ୍ତ୍ରୀଙ୍କ ପାଇଁ ଘରକୁ ଘର ବୁଲି କରୁଛନ୍ତି ପ୍ରଚାର । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।
ବଲାଙ୍ଗୀର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆର୍ଦଶ ଆଚରଣ ବିଧି ଉଲଙ୍ଘନ ନେଇ ଅଭିଯୋଗ । ଅଭିଯୋଗ ହୋଇଛି ଜଣେ ସରକାରୀ ଶିକ୍ଷକଙ୍କ ନାଁରେ । ନିଜ ସ୍ତ୍ରୀ ପାଇଁ ଭୋଟ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି । ବଲାଙ୍ଗୀର କୁଲଥିପାଲିର ତରଣି ସେନ ପ୍ରଧାନଙ୍କ ନାଁରେ ଏହି ଅଭିଯୋଗ ହୋଇଛି ।
ତରଣି ବଲାଙ୍ଗୀର ଲୋକାପଡା ପ୍ରାଥମିକ ସ୍କୁଲରେ ସରକାରୀ ହିନ୍ଦୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ତାଙ୍କ ସ୍ତ୍ରୀ ଲିପିକା ପ୍ରଧାନ ଜିଲ୍ଲା ପରିଷଦ ଜୋନ 17 ନମ୍ବର ପାଇଁ ବିଜେଡିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ତରଣୀ ସେନ ପ୍ରଧାନ ସାମଜିକ ଗଣମାଧ୍ୟମରେ ପ୍ରଚାର କରିବା ସହ ଗାଁକୁ ଗାଁ ବୁଲି ଭୋଟ ପ୍ରଚାର କରୁଥିବାର ଅଭିଯୋଗ ହୋଇଛି ।