ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବିନା ଟାର୍ଗେଟ ପୂରଣରେ ସରିଲା ଖରିଫ ଋତୁ ଧାନ କିଣା । ଅନେକ ବାଦ ବିବାଦରେ ଏହି ଧାନ କିଣା ସାରିଥିବା ବେଳେ ସରକାର ଦେଇଥିବା ଟାର୍ଗେଟକୁ ପୁରଣ କରି ପାରି ନାହିଁ ଜିଲ୍ଲା ପ୍ରଶାସନ । 158 ଟି ପ୍ରାଥମିକ ସମବାୟ ସମିତି ଓ 16 ଟି ମହିଳା ଏସ ଏଚ ଜି ଦ୍ବାରା ଗତ ନଭେମ୍ବର 18 ତାରିଖରୁ ଧାନ କିଣା ଆରମ୍ଭ ହୋଇଥିଲା । ତେବେ ଅନେକ ମଣ୍ଡିରୁ ଚାଷୀଙ୍କ ଧାନ କିଣାରେ ବ୍ୟାପକ ଦୁର୍ନୀତିର ମଧ୍ୟ ଅଭିଯୋଗ ଆସିଥିଲା ଏବଂ ଏଥିରେ 25 ଜଣ ପେକ୍ସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥିଲା ।
ଏପଟେ ବଲାଙ୍ଗୀର ଜିଲ୍ଲାକୁ ଏଥର 38ଲକ୍ଷ 65 ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଥିବାବେଳେ ପ୍ରଶାସନ ଏଥିରେ ନିଆଣ୍ଟିଆ ଭାବରେ 38 ଲକ୍ଷ 33 ହଜାର 470 କ୍ୟିଣ୍ଟାଲ ଧାନ କିଣି ପାରିଛି ଏବଂ ବାକି 31 ହଜାର କ୍ବିଣ୍ଟାଲରୁ ଅଧିକ ଧାନ କିଣା ଯାଇ ପାରି ନାହିଁ ।