ଓଡିଶା

odisha

ETV Bharat / state

Chess Tournament: ରାଜ୍ୟସ୍ତରୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ - ଓଡ଼ିଶା ଚେସ ସଂଘ

ଉଦଯାପିତ ହେଲା ରାଜ୍ୟସ୍ତରୀୟ ଓପନ ଫିଡେ ରେଟିଙ୍ଗ ଚେସ ଟୁର୍ଣ୍ଣାମେଣ୍ଟ(State level open fide rating chess tournament)। ଗତ 23 ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର 22ଟି ଜିଲ୍ଲାର 165 ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ

Chess Tournament: ଉଦଯାପିତ ହେଲା ରାଜ୍ୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ
Chess Tournament: ଉଦଯାପିତ ହେଲା ରାଜ୍ୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ

By

Published : Dec 27, 2021, 9:32 AM IST

ବଲାଙ୍ଗୀର: ଉଦଯାପିତ ହେଲା ରାଜ୍ୟସ୍ତରୀୟ ଓପନ ଫିଡେ ରେଟିଙ୍ଗ ଚେସ ଟୁର୍ଣ୍ଣାମେଣ୍ଟ(State level open fide rating chess tournament)। ଗତ 23 ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର 22ଟି ଜିଲ୍ଲାର 165 ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ସେହିପରି ଜାତୀୟ ସ୍ତରର ଦକ୍ଷ ଆର୍ବିଟେଟର ଏହି ଟୁର୍ଣ୍ଣାମେଣ୍ଟର(tournament) ପରିଚାଳନା କରିଥିଲେ । ଏଥିରେ 70 ଜଣ ଜାତୀୟ ସ୍ତରର ଖେଳାଳି ମଧ୍ୟ ଅଂଶ ଗ୍ରହଣ କରିଥଲେ। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳି ତାଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ରେଟିଂ ସୁଧାରିବାର ସୁଯୋଗ ପାଇଥିବା ବେଳେ ଏହା ଆଗକୁ ତାଙ୍କୁ ବେଶ ସହାୟକ ହେବ ବୋଲି କହିଛନ୍ତି ।

Chess Tournament: ଉଦଯାପିତ ହେଲା ରାଜ୍ୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ

ଏହି ଟୁର୍ଣ୍ଣାମେଣ୍ଟରେ କଟକର ଜାତୀୟ ଖେଳାଳି ନିଲସୁ ପଟ୍ଟନାୟକ ସାଢେ ଆଠ ପଏଣ୍ଟ ପାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିପରି ନୟାଗଡ଼ର ଆଶୀର୍ବାଦ ସ୍ବାଇଁ ସାଢେ ସାତ ପଏଣ୍ଟ ଅର୍ଜନ କରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ସମସ୍ତ ସଫଳ ଖେଳାଳିଙ୍କୁ ଏଥିରେ ପୁରସ୍କୃତ କରାଯାଇଥିଲା ।

ଓଡିଶାରେ ଦଶ ବର୍ଷ ପରେ ଏଭଳି ରାଜ୍ୟସ୍ତରୀୟ ଓପନ ଫିଡେ ଚେସ ରେଟିଂ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା । ଯାହା ସଫଳ ହୋଇଥିବା ବେଳେ ଏଥିରେ ସବୁଠୁ ବଡ଼ ସଫଳତା ଭାବରେ 26 ଜଣ ଖେଳାଳି ଅନ୍ତର୍ଜାତୀୟ ରେଟିଂ ପାଇବାରେ ସଫଳ ହେବେ ବୋଲି ଜଣାପଡିଛି । ସେହିପରି ଏହି ସଫଳତା ପରେ ବଲାଙ୍ଗୀରରେ ସବୁ ବର୍ଷ ରାଜ୍ୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ କରାଯିବ ବୋଲି କହିଛି ଭାରତୀୟ ଚେସ ସଂଘ ଓ ଓଡ଼ିଶା ଚେସ ସଂଘ। ସମାନ ଭାବରେ ବଲାଙ୍ଗୀର ବିଧାୟକ ମଧ୍ୟ ଏହି ଆୟୋଜନର ସଫଳତାକୁ ନେଇ ଆୟୋଜକ ଓ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଗକୁ ଓଡ଼ିଶାରେ ଏହି ଖେଳକୁ ପ୍ରତ୍ସାହନ ଓ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଖେଳ ବିଭାଗ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି। ବଲାଙ୍ଗୀରରେ ଏହି ଚେସ ଟୁର୍ଣ୍ଣାମେଣ୍ଟ ସଫଳ ହୋଇଥିବା ବେଳେ ସାରା ଓଡ଼ିଶାର ଖେଳାଳି ମଧ୍ୟ ବେଶ ଲାଭ ବାନ ହୋଇଛନ୍ତି । ତେବେ ଏହାକୁ ପ୍ରତ୍ସାହନ ମିଳିଲେ ଆଗକୁ ଅଧିକ ଖେଳାଳି ଉପକୃତ ହେବେ ବୋଲି କୁହାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ବାରତ

ABOUT THE AUTHOR

...view details