ଓଡିଶା

odisha

ETV Bharat / state

ଭଉଣୀକୁ ବଳି ଦେବା ଘଟଣା: ଆଉ ଜଣେ ଗିରଫ - ବଲାଙ୍ଗୀର

ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ସମ୍ପତ୍ତି ଲୋଭରେ ଜଣେ ଯୁବକ ନିଜ ଭଉଣୀକୁ ବଳି ଦେଇ ହତ୍ୟା କରିଥିଲା । ଅଭିଯୁକ୍ତ ଭାଇ ଏହା ପୂର୍ବରୁ ଗିରଫ ହୋଇଥିବା ବେଳେ ଗୁଣିଆ ବା ଅନ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

one more person arres
ଭଉଣୀକୁ ବଳି ଦେଇ ହତ୍ୟା ଘଟଣା

By

Published : Aug 15, 2020, 9:02 AM IST

ବଲାଙ୍ଗୀର: ଭଉଣୀକୁ ବଳି ଦେଇ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ସମ୍ପତ୍ତି ଲୋଭରେ ଜଣେ ଯୁବକ ନିଜ ଭଉଣୀକୁ ବଳି ଦେଇ ହତ୍ୟା କରିଥିଲା । ଅଭିଯୁକ୍ତ ଭାଇ ଏହା ପୂର୍ବରୁ ଗିରଫ ହୋଇଥିବା ବେଳେ ଗୁଣିଆ ବା ଅନ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ଭଉଣୀକୁ ବଳି ଦେଇ ହତ୍ୟା ଘଟଣା

ଗତ 2019 ଡିସେମ୍ବର 24 ତାରିଖରେ ବଙ୍ଗୋମୁଣ୍ଡା ବ୍ଲକ୍ ଝଳପ ଗାଁରେ ସୋଭାବନ୍ ରଣା ନିଜ ଭଉଣୀକୁ ବଳି ଦେଇ ହତ୍ୟା କରିଥିଲା । ଏହି ମାମଲାରେ ସେ ପୂର୍ବରୁ ଜେଲରେ ଥିବାବେଳେ ଗୁଣିଆ କୁଞ୍ଜ ରଣା ଫେରାର ଥିଲା ।

ସିନ୍ଧେକେଲା ପୋଲିସ ଶୁକ୍ରବାର ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ମଧ୍ୟ ଏହି ଦୁଇ ଜଣ ଗାଁର ଜଣେ ନାବାଳକକୁ ସମାନ ଢଙ୍ଗରେ ହତ୍ୟା କରିଥିଲେ । ଏହି ଘଟଣା ନେଇ ଜେଲ ଯାଇ ଜାମିନ ପାଇଥିଲେ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details