ବଲାଙ୍ଗୀର: କୋରୋନା ପାଇଁ ଜାରି ଲକଡାଉନ ସମୟରେ ମଧ୍ୟ ମାଫିଆ ମାନେ ଲୁଚିଛପି ବେଆଇନ ଦେଶୀ ମଦ ପ୍ରସ୍ତୁତ କରିବା ଜାରି ରଖିଛନ୍ତି । ଯାହା ଦ୍ବାରା ସୋମବାର ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଧରବଗଡ଼ ଗ୍ରାମରେ ।
ଏହି ଗାଁର ନିକଟ ଜଙ୍ଗଲରେ ମହୁଲ ପୋଚରୁ ବେଆଇନ ଭାବରେ ଦେଶୀ ମଦ ତିଆରି ଚାଲିଥିଲା। ଗାଁର କଳାକାର ଷଣ୍ଢ ସୋମବାର ସେଠାକୁ ଯାଇ ମଦ ପିଇବା ପରେ ତାଙ୍କର କିଛି ସମୟ ପରେ ମୃତ୍ୟୁ ହୋଇଯାଇଥିଲା। ସେପଟେ ବିଷାକ୍ତ ମଦ ଯୋଗୁଁ ତାର ମୃତ୍ୟୁ ହୋଇଥିବାର ଅଭିଯୋଗ ହେବା ସହ ଗ୍ରାମବାସୀ ମଦ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।