ଓଡିଶା

odisha

ETV Bharat / state

ହତ୍ୟା ପାଇଁ ଷଡଯନ୍ତ୍ର ! ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ - ବଲାଙ୍ଗୀର ଖବର

ପୂର୍ବ ଶତ୍ରୁତା ମଧ୍ୟରେ ବଳି ପଡିଲେ ନିରିହ ଯୁବକ । ନ୍ୟାୟ ଦାବିରେ ପରିବାର ଲୋକ ଥାନା ଆଗରେ ମୃତଦେହ ରଖି କଲେ ପ୍ରତିବାଦ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରରେ । ଅଧିକ ପଢନ୍ତୁ

ପୂର୍ବ ଶତ୍ରୃତା ପାଇଁ ଗଡିଲା ନୀରିହ ଯୁବକଙ୍କ ମୁଣ୍ତ:ନ୍ୟାୟ ପାଇଁ ଥାନା ଆଗରେ ମୃତଦେହ ରଖି ପ୍ରତିବାଦ
ପୂର୍ବ ଶତ୍ରୃତା ପାଇଁ ଗଡିଲା ନୀରିହ ଯୁବକଙ୍କ ମୁଣ୍ତ:ନ୍ୟାୟ ପାଇଁ ଥାନା ଆଗରେ ମୃତଦେହ ରଖି ପ୍ରତିବାଦ

By

Published : May 22, 2022, 1:09 PM IST

ବଲାଙ୍ଗୀର: ପୂର୍ବ ଶତ୍ରୁତା ମଧ୍ୟରେ ବଳି ପଡିଲେ ନିରିହ ଯୁବକ । ନ୍ୟାୟ ଦାବିରେ ପରିବାର ଲୋକ ଥାନା ଆଗରେ ମୃତଦେହ ରଖି କଲେ ପ୍ରତିବାଦ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରରେ ।

ପୂର୍ବ ଶତ୍ରୃତା ପାଇଁ ଗଡିଲା ନୀରିହ ଯୁବକଙ୍କ ମୁଣ୍ତ:ନ୍ୟାୟ ପାଇଁ ଥାନା ଆଗରେ ମୃତଦେହ ରଖି ପ୍ରତିବାଦ

ସୂଚନା ଅନୁସାରେ,ବଲାଙ୍ଗୀର ଆରଟିଓ କାର୍ଯ୍ୟାଳୟ ଟିଟିଲାଗଡ ରାସ୍ତା ନିକଟରେ ଏକ ମିନି ଟ୍ରକ ଗୋଟିଏ ବାଇକକୁ ଧକ୍କା ଦେବ ପରେ ଅନ୍ୟ ଗାଡି ଗୁଡିକୁ ଧକ୍କା ଦେଇ ଦୁର୍ଘଟଣା ଘଟାଇ ଥିଲା । ତେବେ ଏଥିରେ ବରଗଡ ସମଲେଇ ପଡ଼ାର ଶ୍ରୀକାନ୍ତ ବାଗଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସେପଟେ ବ୍ୟବଚ୍ଛେଦ ମୃତଦେହକୁ ନେଇ ପରିବାର ଲୋକେ ନ୍ୟାୟ ପାଇଁ ବଲାଙ୍ଗୀର ଟାଉନ ଥାନା ସମ୍ମୁଖରେ ରଖି ଧାରଣା ଦେଇଛନ୍ତି ।

ତେବେ ମୃତ ଶ୍ରୀକାନ୍ତ ବାଗ ବଲାଙ୍ଗୀର ରବୀନ୍ଦ୍ର ନାୟକଙ୍କ ହୋଟେଲରେ କାମ କରୁଥିଲା । ହୋଟେଲ ମାଲିକ ରବୀନ୍ଦ୍ର ନାୟକଙ୍କ ସହ ଜମିଜମା ବିବାଦ ନେଇ ବଲାଙ୍ଗୀରର ଚିତ୍ତ ନାୟକଙ୍କ ସହ ପୂର୍ବ ଶତ୍ରୁତା ଥିଲା। ଯେଉଁଥିରେ ଚିତ୍ତ ନାୟକ ପୂର୍ବରୁ ସମସ୍ତଙ୍କୁ ଜୀବନରେ ମାରି ଦେବାର ଧମକ ଦେଇଥିବା ବେଳେ ଗତ କିଛି ଦିନ ତଳେ ରବୀନ୍ଦ୍ର ନାୟକଙ୍କ ବଡ଼ ପୁଅ ଉପରେ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଥିଲା।

ଯିଏକି ଏବେବି ଚିକିତ୍ସାଧୀନ ଥିବା ବେଳେ ପୁଣି ତାଙ୍କ ସାନ ପୁଅକୁ ଗାଡ଼ି ଚପାଇ ହତ୍ୟା ଉଦ୍ୟମ କରିଥିବା ବେଳେ ବାଇକ ପଛରେ ବସିଥିବା ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ହୋଇଛି। ସେପଟେ ମୃତକଙ୍କ ପରିବାର ଲୋକେ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିବା ସହ ବଲାଙ୍ଗୀର ଟାଉନ ଥାନାରେ ଚିତ୍ତ ମହାନ୍ତି ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details