ଓଡିଶା

odisha

ETV Bharat / state

ବରଯାତ୍ରୀଙ୍କ ଉପରେ ମାଡିଗଲା ବରର କାର: ଜଣେ ମୃତ, 10 ଆହତ - ବରଯାତ୍ରୀଙ୍କ ଉପରକୁ ମାଡି ଯାଇଥିଲା କାର

ବଲାଙ୍ଗୀରରେ ଅଭାବନୀୟ ଘଟଣା । ବରଯାତ୍ରୀଙ୍କ ଉପରେ କାର ମାଡିଯିବାରୁ ଜଣେ ମୃତ 10 ଆହତ । ଅଧିକ ପଢନ୍ତୁ

one died after car hits barat in balangir
one died after car hits barat in balangir

By

Published : Feb 25, 2023, 11:12 AM IST

Updated : Feb 25, 2023, 11:18 AM IST

one died after car hits barat in balangir

ବଲାଙ୍ଗୀର:ବରଯାତ୍ରୀ ଧରି କନ୍ୟା ଘରକୁ ବାହାରିଥିଲା ବର । ରାସ୍ତା ମଝିରେ ବାଜୁ ଥିଲା ଡିଜେ ନାଚୁଥିଲେ ବରଯାତ୍ରୀ । ଡିଜେ ଗୀତରେ ତାଳେ ତାଳେ ନାଚୁଥିବା ବେଳେ ହଠାତ୍‌ ବରଯାତ୍ରୀଙ୍କ ଉପରକୁ ମାଡିଗଲା କାର । ଯେଉଁ କାରରେ ବର ବସି କନ୍ୟା ଘରକୁ ଯାଇଥାନ୍ତେ ସେହି କାର ବରଯାତ୍ରୀଙ୍କ ଉପରକୁ ମାଡିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା 10 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଗଝର ଗ୍ରାମରେ । ଦୁର୍ଘଟଣା ସମୟର ଛାତିଥରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ, ବାଗଝର ଗ୍ରାମର ଦୂତୀଆ ବାରିହାଙ୍କ ପୁଅ ହୁତାଶନ ବରିହାଙ୍କ ବାହାଘର ପାଇଁ ଗତକାଲି ରୋଷଣୀ ବାହାରିଥିଲା । ପାଖ ହିର୍ଲି ଗ୍ରାମକୁ ବାହାରିଥିଲେ ବରଯାତ୍ରୀ । ବରଙ୍କ ସମ୍ପର୍କୀୟ ଓ ସାଙ୍ଗ ସାଥୀ ଡିଜେ ଗାଡ଼ି ସାମ୍ନାରେ ନାଚିବା ଆରମ୍ଭ କରିଥିଲେ । ଏହି ସମୟରେ ବର ବସିବାକୁ ଥିବା କାର ଦୃତ ଗତିରେ ଆସି ବରଯାତ୍ରୀଙ୍କ ଉପରକୁ ମାଡି ଯାଇଥିଲା । ଫଳରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ନାଚ ଗୀତର ଭିଡିଓ କିଛି ଲୋକ ସୁଟିଂ କରୁଥିବା ବେଳେ ଏହି ଭୟାବହ ଦୁର୍ଘଟଣା ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା । ଯେଉଁଥିରେ ବରଯାତ୍ରୀ ଭାବେ ଦଶରୁ ଊର୍ଦ୍ଧ୍ବ ଯୁବକ ଓ ନାବାଳକ ନାଚୁଥିବ ବେଳେ ବରର କାର ସେମାନଙ୍କ ଉପରେ ମାଡିଯାଉଥିବା ଦେଖିବାକୁ ମିଳିଛି ।

ଏନେଇ ଆହତ ଯୁବକ ଡୁଗୁ ବରିହା କହିଛନ୍ତି ଯେ, ''ରୋଷଣୀ ବାହାରିବା ପୂର୍ବରୁ ସମସ୍ତେ ଡିଜେ ଗାଡି ସମ୍ମୁଖରେ ନାଚୁଥିଲେ । ଡିଜେର ଶବ୍ଦରେ ସମସ୍ତେ ମସଗୁଲ ଥିବା ବେଳେ ପଛପଟୁ କାର ଦୃତ ଗତିରେ ଆସି ଆମ ଉପରେ ମାଡିଯାଇଥିଲା । ଏହାପରେ ଆମେ ରାସ୍ତା କଡକୁ ଛିଟିକି ହୋଇ ପଡିଥିଲୁ । ଦୁର୍ଘଟଣାରେ ମୋର ଦୁଇଟି ଗୋଡ ଭାଙ୍ଗି ଯାଇଛି । ''

ସେହିପରି ବରଯାତ୍ରୀଙ୍କ ନାଚ ଦେଖୁଥିବା ବେଳେ କୁନ୍ତୀ ବରିହାଙ୍କୁ ମଧ୍ୟ କାର ଧକ୍କା ଦେଇଥିଲା । ଫଳରେ ସେ ଆହତ ହୋଇଥିବା କହିଛନ୍ତି । ସେପଟେ ଖପ୍ରାଖୋଲ ପୋଲିସ ଏନେଇ ଖବର ପାଇ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ସଂପୃକ୍ତ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ ଡ୍ରାଇଭରର ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 25, 2023, 11:18 AM IST

ABOUT THE AUTHOR

...view details