ଓଡିଶା

odisha

ETV Bharat / state

ଶୌଚାଳୟ ତାଜା ପଡି ଶିଶୁ ମୃତ୍ୟୁ ଘଟଣା, ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ - ବଲାଙ୍ଗୀର ଖବର

ବିଦ୍ୟାଳୟର ଶୌଚାଳୟ ତାଜା ପଡି ଜଣେ ଶିଶୁର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଘଟଣାର ତଦନ୍ତ ଆରମ୍ଭ । ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ । ଅଧିକ ପଢ଼ନ୍ତୁ...

ଶୌଚାଳୟ ତାଜା ପଡି ଜଣେ ଶିଶୁ ମୃତ, ଅନ୍ୟ ଜଣେ ଗୁରୁତର

By

Published : Nov 9, 2019, 11:36 PM IST

ବଲାଙ୍ଗୀର: ସ୍କୁଲ ଶୌଚାଳୟ ତାଜା ପଡି ଶିଶୁ ମୃତ୍ୟୁ ଘଟଣାରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମନ୍ଦାକିନୀ ଯୋଶୀଙ୍କୁ ନିଲମ୍ବନ କରାଯାଇଛି । ଏଥିସହିତ ସମାନ ଭାବରେ ଶୌଚାଳୟ ତିଆରି କରିଥିବା ଡିପିଇପି, ଜେଇଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲାପାଳ ।

ଶୌଚାଳୟ ତାଜା ପଡି ଜଣେ ଶିଶୁ ମୃତ, ଅନ୍ୟ ଜଣେ ଗୁରୁତର

ସୂଚନାନୁସାରେ, ଶନିବାର ବଲାଙ୍ଗୀର ସହର ମଧ୍ୟରେ ଥିବା ତିକ୍ରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ କ୍ଲାସ ଚାଲିଥିବା ବେଳେ କିଛି ପିଲା ସ୍କୁଲର ଶୌଚାଳୟ ପାଖରେ ଥିଲେ । ହଠାତ ଶୌଚଳୟର ସାମ୍ନାପଟ ତାଜା ତାଙ୍କ ଉପରେ ପଡିଯାଇଥିଲା । ଭଙ୍ଗା ତାଜା ତଳେ ଚାପି ହୋଇ ଶିଶୁ ଅସିତ ଖରସେଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲେ ।

ତେବେ ସଙ୍ଗେ ସଙ୍ଗେ ଆଖ ପାଖ ଲୋକେ ଏବଂ ବଲାଙ୍ଗୀର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତକୁ ଉଦ୍ଧାର କରିଥିଲେ । ଦୁଇ ଶିଶୁଙ୍କୁ ଡାକ୍ତରଖାନା ନିଆ ଯାଇଥିଲା ସେଠାରେ ଡାକ୍ତର ଅସିତଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ହୋଇଥିବା ଶିଶୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜେନା ଦେଖାଦେଇଥିଲା । ଡ଼ିପିଇପି ପକ୍ଷରୁ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ନିର୍ମାଣ ହୋଇଥିବା ଶୌଚାଳୟରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗରେ ଡିପିଇପି, ଜେଇଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲାପାଳ । ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମନ୍ଦାକିନୀ ଯୋଶୀଙ୍କୁ ନିଲମ୍ବନ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details