ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏବେ କଫ ସିରପ ମାଫିଆଙ୍କ ହବ୍ ପାଲଟିଥିବା ବେଳେ ଏଠିକାର ଗ୍ରାମାଞ୍ଚରେ ବେଧଡକ ବେଆଇନ କଫ ସିରଫ କାରବାର ଚାଲିଛି । ତେବେ ଏହିଭଳି ଉଳବା ଗ୍ରାମର ଲୋକେ କଫ ସିରପ ମାଫିଆଙ୍କୁ ଗିରଫ ଦାବିରେ ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ।
ତେବେ ଏହିଭଳି ଉଳବା ଗ୍ରାମରେ ମଧ୍ୟ ଏହା ବେଧଡକ ଭାବରେ ଚାଲିଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ଅବକାରୀ ବିଭାଗ ଏହି ଗ୍ରାମର ଦୂର୍ଯ୍ୟୋଧନ ପଟେଲଙ୍କ ଘରେ ଚଡାଉ କରି ବିପୁଳ ପରିମାଣରେ ବେଆଇନ କଫ ସିରପ ଜବତ କରିଥିଲା । ଏଥିସହିତ ଏଥିରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହାର ମୁଖ୍ୟ କିଙ୍ଗ ପିନରୀ ଫେରାର ହୋଇଯାଇଥିଲା ।