ବଲାଙ୍ଗୀର: ଜିଲ୍ଲାରେ ପୁଣି ବେଆଇନ କଫ୍ ସିରଫ କାରବାର । ଖବର ପାଇ ଅବକାରୀ ବିଭାଗ ଚଢାଉ କରି ଧନୁର୍ଯ୍ୟ ପଟେଲକୁ ଗିରଫ କରିଛି । ଗିରଫ କରିବା ପରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ପାଟଣାଗଡ ଅବକାରୀ ବିଭାଗ ପାଟଣାଗଡ ଉଲବା ଗାଁର ଧନୁର୍ଯ୍ୟ ପଟେଲଙ୍କ ଘରେ ଚଢାଉ କରିଥିଲା ।
ବେଆଇନ କଫ ସିରପ କାରବାର ଅଭିଯୋଗରେ ଜଣେ ଗିରଫ - ବଲାଙ୍ଗୀରରେ ବେଆଇନ କଫ ସିରପ
ବଲାଙ୍ଗୀରରେ ବେଆଇନ କଫ ସିରପ କାରବାର କରୁଥିବା ଅଭିଯୋଗରେ ଜଣେ ଗିରଫ । ଅବକାରୀ ବିଭାଗ ଚଢାଉ ବେଳେ 4 ଶହ ବୋତଲ ଜବତ ହୋଇଛି । ଅଧିକ ପଢନ୍ତୁ...
![ବେଆଇନ କଫ ସିରପ କାରବାର ଅଭିଯୋଗରେ ଜଣେ ଗିରଫ ବେଆଇନ କଫ ସିରପ କାରବାର ଅଭିଯୋଗରେ ଜଣେ ଗିରଫ](https://etvbharatimages.akamaized.net/etvbharat/prod-images/768-512-10077353-776-10077353-1609473823817.jpg)
ବେଆଇନ କଫ ସିରପ କାରବାର ଅଭିଯୋଗରେ ଜଣେ ଗିରଫ
ବେଆଇନ କଫ ସିରପ କାରବାର ଅଭିଯୋଗରେ ଜଣେ ଗିରଫ
ଚଢାଉ ବେଳେ ଧନୁର୍ଯ୍ୟର ଘରୁ ଚାରି ଶହ ବୋତଲ ଜବତ କରିଥିଲା ଅବକାରୀ ବିଭାଗ । ବେଆଇନ କଫ ସିରପ ଓଡିଶାରେ ନିଷିଦ୍ଧ ଥିବା ବେଳେ ଏତେ ମାତ୍ରାରେ ବେଆଇନ କଫ ସିରପ କେଉଁଠୁ ଆସିଲା ତାର ତଦନ୍ତ କରୁଛି ଅବକାରୀ ବିଭାଗ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ