ଓଡିଶା

odisha

ETV Bharat / state

କନ୍ୟାଶ୍ରମ ନାବାଳିକା ଗର୍ଭବତୀ ଘଟଣା; ଅଭିଯୁକ୍ତ ଗିରଫ, କୋର୍ଟଚାଲାଣ କଲା ପୋଲିସ - କନ୍ୟାଶ୍ରମର ଛାତ୍ରୀ ପାଞ୍ଚ ମାସର ଗର୍ଭବତୀ

ବଲାଙ୍ଗୀର ଆଦିବାସୀ କନ୍ୟାଶ୍ରମରେ ନାବାଳିକା ଗର୍ଭବତୀ ଘଟଣା । ଅଭିଯୋଗ ପରେ ତଦନ୍ତ କରି ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

କନ୍ୟାଶ୍ରମର ଛାତ୍ରୀ ଗର୍ଭବତୀ ଘଟଣା
କନ୍ୟାଶ୍ରମର ଛାତ୍ରୀ ଗର୍ଭବତୀ ଘଟଣା

By

Published : Mar 2, 2023, 3:25 PM IST

କନ୍ୟାଶ୍ରମର ଛାତ୍ରୀ ଗର୍ଭବତୀ ଘଟଣା

ବଲାଙ୍ଗୀର:ଆଦିବାସୀ କନ୍ୟାଶ୍ରମରେ ଛାତ୍ରୀ ଗର୍ଭବତୀ ଘଟଣା। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଲା ପୋଲିସ । ଏନେଇ ବଲାଙ୍ଗୀର ଏସଡିପିଓ ସୂଚନା ଦେଇଛନ୍ତି । ବଲାଙ୍ଗୀରର ଏକ ଆଦିବାସୀ କନ୍ୟାଶ୍ରମରେ ଜଣେ ଛାତ୍ରୀ ଅନ୍ତସତ୍ଵା ହେବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଘଟଣାରେ ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଲାଙ୍ଗୀରର ଏହି ଆଦିବାସୀ କନ୍ୟାଶ୍ରମରେ ନବମ ଶ୍ରେଣୀ ପଢୁଥିବା ଜଣେ ଛାତ୍ରୀ ଅନ୍ତାସତ୍ୱା ହୋଇଥିବାର ଅଭିଯୋଗ ଆସିଥିଲା। ଏହି ଘଟଣାକୁ ପୋଲିସ ଗୁରୁତ୍ବର ସହ ନେବା ସହ ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲା । ଏହି ଅଭିଯୋଗକୁ ଓ ଛାତ୍ରୀଙ୍କ ବୟାନକୁ ଭିତ୍ତି କରି ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି ।

ଏନେଇ ବଲାଙ୍ଗୀର ଏସଡିପିଓ କହିଛନ୍ତି, "ବଲାଙ୍ଗୀର ସଦର ଥାନାରେ ଏହାର ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ସଂପୃକ୍ତ ଯୁବକକୁ ଗିରଫ କରାଯାଇଛି। ସେହିପରି ଯୁବକ ଜଣକ ମଧ୍ୟ ନିଜର ଦୋଷ ସ୍ବୀକାର କରିଛନ୍ତି । ତେବେ ଯୁବକକୁ ଧାରା 374 ତଥା ପକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି।"

ଏହା ମଧ୍ୟ ପଢନ୍ତୁ: କନ୍ୟାଶ୍ରମର ଛାତ୍ରୀ ପାଞ୍ଚ ମାସର ଗର୍ବବତୀ ! ବ୍ୟବସ୍ଥା ଓ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାପାଳ ଏହି ବିଷୟକୁ ଗୁରୁତ୍ବ ସହ ନେଇଥିବା ବେଳେ ସରକାରୀ ନିୟମ ଅନୁସାରେ ଛାତ୍ରୀଙ୍କୁ ସାହାଯ୍ୟ ଓ ନ୍ୟାୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ତେବେ ସୂଚନା ଅନୁସାରେ ସଂପୃକ୍ତ ଛାତ୍ରୀ ଜଣକ ଛୁଟିରେ ନିଜ ଗାଁକୁ ଯାଇଥିବା ବେଳେ ଯୁବକ ସହ ସମ୍ପର୍କରେ ଆସିଥିଲେ। ଏହାପରେ ଆଶ୍ରମ ଆସିବା ପରେ ସେ ଅନ୍ତସତ୍ୱା ଥିବା ଜଣା ପଡିଥିଲା। ଏନେଇ କନ୍ୟାଶ୍ରମରେ ପରିଚାଳକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତ୍ବରିତ ପଦକ୍ଷେପ ନେଇଥିଲା । ଏହାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ କଠୋର ନୀତି ଆପଣାଇବା ସହ ସଂପୃକ୍ତ ଛାତ୍ରୀଙ୍କୁ ସବୁ ସାହାଯ୍ୟ ଯୋଗାଇ ଦେଇଥିବା ଜଣାପଡିଛି ।


ଏହି ଘଟଣା ନେଇ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସିଧା ସଳଖ କନ୍ୟାଶ୍ରମର ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦୋଷ ଦେଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ମାନେ ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ଆଦିବାସୀ ନେତ୍ରୀ ଗାୟତ୍ରୀ ଭୋଇ କହିଥିଲେ, "ଗରିବ ମାଆ ବାପା ସେମାନଙ୍କ ଝିଅର ଭବିଷ୍ୟତ ଗଢିବା ପାଇଁ କନ୍ୟାଶ୍ରମ ବା ଆଦିବାସୀ ହଷ୍ଟେଲରେ ଛାଡିଥାନ୍ତି । ହେଲେ ଏଭଳି ଘଟଣା ଆଶ୍ରମର ସୁରକ୍ଷା ଓ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଏଭଳି ପରିସ୍ଥିତିରେ ଅଭିଭାବକ ନିଜ ପିଲାଙ୍କୁ ଛାଡ଼ିବେ ନାହିଁ ।"


ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details