ବଲାଙ୍ଗୀର:ପୌରପାଳିକା କାର୍ଯ୍ୟାଲୟରେ ଜଣେ କର୍ମଚାରୀଙ୍କ ଅକାଳ ବିୟୋଗ ହୋଇଛି। ମୃତକ ବଲାଙ୍ଗୀର ମାଳପଡାର ତୁଳସୀ ରାମ ପଟେଲ ବୋଲି ଜଣା ପଡ଼ିଛି। ସେ ବଲାଙ୍ଗୀର ପୌରପାଲିକାରେ ଡ୍ରାଇଭର ଭାବରେ କାମ କରୁଥିଲେ। ତୁଳସୀ ରାମ ପଟେଲ ପରିବାରକୁ ପ୍ରଶାସନ ପକ୍ଷରୁ ଅନୁକମ୍ପା ମୂଳକ ସାହାଯ୍ୟ ଯୋଗାଇ ଦିଆଯାଇଛି।
ପ୍ରତିଦିନ ଭଳି ତୁଳସୀ ରାମ ପଟେଲ ଗାଡ଼ି ନେଇ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ତାଙ୍କ ବାସଭବନରୁ ଆଣିବାକୁ ଯାଇଥିଲେ। ତେବେ ସେଠାରେ ପହଞ୍ଚି ସେ ଗାଡ଼ି ଭିତରେ ଅଚେତ ହୋଇ ପଡ଼ିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କୁ ସଙ୍ଗେସଙ୍ଗେ ବଲାଙ୍ଗୀର ମେଡିକାଲ୍ କଲେଜକୁ ଆଣଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।