ବଲାଙ୍ଗୀର: ଆଉ ଦିନକ ପରେ ମହାମହିମ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବଲାଙ୍ଗୀର ଗସ୍ତରେ ଆସିବେ। ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ପ୍ରଥମେ ବଲାଙ୍ଗୀର ବରକାନି ଗାଁରେ ନିର୍ମିତ ହୋଇଥିବା ଭାରତ ପେଟ୍ରୋଲିୟର ଗ୍ୟାସ ବଟଲିଂ ପ୍ଲାଣ୍ଟ ସହ ରାଜେନ୍ଦ୍ର ୟୁନିଭର୍ସିଟି ପ୍ଲାଟିନମ ଜୁବଲୀ ସମାରୋହର ଯୋଗଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଡିସେମ୍ବର 27ରେ ବଲାଙ୍ଗୀର ଆସିବେ ଉପରାଷ୍ଟ୍ରପତି - ଭେଙ୍କେୟା ନାଇଡୁ
ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମହାମହିମ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଗସ୍ତ ଅବସରରେ ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆସନ୍ତା 27ରେ ବଲାଙ୍ଗୀରେ ଆସିବେ ଭେଙ୍କିୟା ନାଇଡୁ
ଡିସେମ୍ବର 27ରେ ବଲାଙ୍ଗୀର ଆସିବେ ଉପରାଷ୍ଟ୍ରପତି
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବଲୀକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ସବୁ ଛାତ୍ରଛାତ୍ରୀ ରାଜେନ୍ଦ୍ର ଭିଏନ ଭାବରେ ସଙ୍ଗଠନ କରି ପ୍ଲାଟିନମ ଜୁବଲି ପାଇଁ ପ୍ରସ୍ତୁତି କରିଛନ୍ତି। ପାଞ୍ଚ ଦିନ ଧରି ଏହି ପ୍ଲାଟିନମ ଜୁବୁଲି ପାଳିତ ହେବାକୁ ଥିବାବେଳେ ଉପରାଷ୍ଟ୍ରପତି ପ୍ରଥମ ଦିନ ଏହାର ଉଦଘାଟନ କରିବେ। ତାଙ୍କ ସ୍ବାଗତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର କହିଛନ୍ତି ପୁରାତନ ଛାତ୍ର ସଙ୍ଗଠନର କର୍ମକର୍ତ୍ତା।
ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ