ଓଡିଶା

odisha

ETV Bharat / state

ବିଟେକ ଟପର ବଲାଙ୍ଗୀରର ଶୋଭିତ ପଟେଲ - ଓଜେଇଇ ରେଜଲ୍ଟ

ବଲାଙ୍ଗୀର ଟିଟିଲାଗଡର ଛାତ୍ର ଶୋଭିତ ପଟେଲ ବିଟେକ ଟପର ହୋଇଛନ୍ତି। ସେ କଠିନ ପରିଶ୍ରମ କରିଥିବାବେଳେ ଆଗକୁ ବିଟେକ ପାଠ ପଢି ଜଣେ କମ୍ପ୍ୟୁଟର ପ୍ରୋଗାମର ହେବାର ଲକ୍ଷ୍ୟ ରଖିଛନ୍ତି ।

ବିଟେକ ଟପର ବଲାଙ୍ଗୀରର ଶୋଭିତ ପଟେଲ
ବିଟେକ ଟପର ବଲାଙ୍ଗୀରର ଶୋଭିତ ପଟେଲ

By

Published : Nov 7, 2020, 9:10 PM IST

ବଲାଙ୍ଗୀର: ଗତକାଲି(ଶୁକ୍ରବାର) ଓଜେଇଇ ରେଜଲ୍ଟ ବାହାରି ଥିବାବେଳେ ଏଥିରେ ବଲାଙ୍ଗୀର ଟିଟିଲାଗଡର ଛାତ୍ର ଶୋଭିତ ପଟେଲ ବିଟେକ ଟପର ହୋଇଛନ୍ତି। ତେବେ ସେ ଏଥିପାଇଁ କଠିନ ପରିଶ୍ରମ କରିଥିବାବେଳେ ଆଗକୁ ବିଟେକ ପାଠ ପଢି ଜଣେ କମ୍ପ୍ୟୁଟର ପ୍ରୋଗମର ଓ ଏଣ୍ଟର ପେନ୍ୟୁର ହେବାର ଲକ୍ଷ୍ୟ ରଖିଛନ୍ତି।

ବିଟେକ ଟପର ବଲାଙ୍ଗୀରର ଶୋଭିତ ପଟେଲ

ଗତକାଲି ଓଜେଇଇ ରେଜଲ୍ଟ ବାହାରି ଥିବାବେଳେ ଏଥିରେ ବଲାଙ୍ଗୀର ଟିଟିଲାଗଡର ଛାତ୍ର ଶୋଭିତ ପଟେଲ ଟପର ହୋଇଛନ୍ତି। ଏବଂ ସମସ୍ତ ଛାତ୍ରଛାତ୍ରୀ ପାଇଁ ସେ ଉଦାହରଣ ସାଜିଛନ୍ତି। ବଲାଙ୍ଗୀର ଟିଟିଲାଗଡ ନିବାସୀ ସଲିଲ ପଟେଲ ଓ ବାସନ୍ତୀ ଚୌଧୁରୀଙ୍କ ସେ କନିଷ୍ଠ ପୁତ୍ର । ତେବେ ସେ ଛୋଟବେଳୁ ଜଣେ ମେଧାବୀ ଛାତ୍ର ଥିବାବେଳେ ଟିଟିଲାଗଡ ସ୍ଥିତ ସେନ୍ତନି ସ୍କୁଲ ରେ ସେ ମେଟ୍ରିକ୍ ପାଠ ପଢିଥିଲେ। ସେହିପରି ସେ ପ୍ରଭାବତୀ ସ୍କୁଲରେ ଯୁକ୍ତ ଦୁଇ ପାଠ ପଢି ବି ଟେକ ପାଠ ପଢିବା ପାଇଁ ରାଜସ୍ଥାନ କୋଟାକୁ ଯାଇ କୋଚିଂ ନେଇଥିଲେ। ଏବଂ ଓଜେଇଇ ପାଇଁ ସେ ଦିନକୁ ଆଠରୁ ନ ଘଣ୍ଟା ପରିଶ୍ରମ କରୁଥିଲେ। ଏବଂ ଏଥିପାଇଁ ତାଙ୍କ ମା ବାପା ଓ ଗୁରୁଜନମାନେ ବେଶ୍ ସହାୟତା ଓ ସହଯୋଗ କରି ଆସୁଥିଲେ। ତେବେ ଏହି ସଫଳତା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details