ଭୁବନେଶ୍ବର:ସରପଞ୍ଚ ପଦବୀ ନିଲାମୀ କଲେ ଗ୍ରାମବାସୀ ! ୪୪ ଲକ୍ଷ ଟଙ୍କା ଲାଗିଲା ଡାକ । ବଲାଙ୍ଗୀର ଜିଲ୍ଲାରୁ ଏଭଳି ସ୍ପର୍ଶକାତର ଘଟଣା ସମ୍ନାକୁ ଆସିଛି । ଘଟଣାକୁ ଗୁରୁତ୍ବର ସହ ନେଇଛି ନିର୍ବାଚନ ଅୟୋଗ । ଏନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ।
ସରପଞ୍ଚ ପଦବୀ 44 ଲକ୍ଷ ଟଙ୍କାରେ ନିଲାମୀ; ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗଙ୍କ ସଚିବ ଏହା ମଧ୍ୟ ପଢନ୍ତୁ: ସରପଞ୍ଚ ପଦବୀ ପାଇଁ ନିଲାମୀ କଲେ ଗ୍ରାମବାସୀ ! ୪୪ ଲକ୍ଷ ଟଙ୍କା ଲାଗିଲା ଡାକ
ଇଲେକ୍ସନ ପୂର୍ବରୁ ସିଲେକ୍ସନ । ନୋମିନେସନ ପୂର୍ବରୁ ଅଘୋଷିତ ସରପଞ୍ଚ ନିର୍ବାଚିତ । ନିଲାମୀରେ 44 ଲକ୍ଷ ଟଙ୍କାରେ ହେଲେ ସରପଞ୍ଚ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବିଲାଇସର୍ଡା ପଞ୍ଚାୟତରୁ । ନିଲାମୀରେ 44 ଲକ୍ଷ 10 ହଜାର ଟଙ୍କାରେ ଅଘୋଷିତ ସରପଞ୍ଚ ଚୟନ କରାଯାଇଛି । ଏନେଇ ଅଭିଯୋଗ ହେବା ପରେ ଘଟଣାକୁ ଗୁରୁତର ସହ ନିର୍ବାଚନ ଆୟୋଗ । ତୁରନ୍ତ ଏ ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ । ଆସନ୍ତାକାଲି ଅପରାହ୍ନ 5 ଟା ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ