ଓଡିଶା

odisha

ETV Bharat / state

ନୂଆଖାଇ ପାଇଁ ନୀତି ନିର୍ଘଣ୍ଟ - ଗଣପର୍ବ ନୂଆଖାଇ

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପଟେମ୍ବର 11 ତାରିଖ ଶନିବାର ଦିନ ନୂଆଖାଇ ଏଠି ପାଳନ କରାଯିବ । ତେବେ ବଲାଙ୍ଗୀର ଜିଲ୍ଲାର ନୂଆଖାଇ ନିର୍ଣ୍ଣାୟକ କମିଟି ନୂଆଖାଇ ଲଗ୍ନ ଧାର୍ଯ୍ୟ କରିଛି। ଅଧିକ ପଢନ୍ତୁ...

ନୂଆଖାଇ ପାଇଁ ନିର୍ଘଂଟ ହେଲା ସମୟ, ସେପ୍ଟେମ୍ବର 11 ସକାଳ 10ଟା 19ରୁ 10ଟା 40 ମଧ୍ୟରେ ଲାଗି ହେବ ନବାନ୍ନ
ନୂଆଖାଇ ପାଇଁ ନିର୍ଘଂଟ ହେଲା ସମୟ, ସେପ୍ଟେମ୍ବର 11 ସକାଳ 10ଟା 19ରୁ 10ଟା 40 ମଧ୍ୟରେ ଲାଗି ହେବ ନବାନ୍ନ

By

Published : Aug 12, 2021, 8:46 AM IST

ବଲାଙ୍ଗୀର: ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର 11 ତାରିଖ ଶନିବାର ଦିନ ନୂଆଖାଇ ଏଠି ପାଳନ କରାଯିବ । ତେବେ ବଲାଙ୍ଗୀର ଜିଲ୍ଲାର ନୂଆଖାଇ ନିର୍ଣ୍ଣାୟକ କମିଟି ନୂଆଖାଇ ଲଗ୍ନ ଧାର୍ଯ୍ୟ କରିଛି । ଆସନ୍ତା ଭାଦ୍ରବ ଶୁକ୍ଳ ପକ୍ଷ ବିଶୁଦ୍ଧ ତୁଳା ଲଗ୍ନ ମିଥୁନ ନବାମାଂସ ସକାଳ ସମୟ 10 ଘଟିକା 19 ମିନିଟରୁ 10 ଘଟିକା 40 ମିନିଟ ମଧ୍ୟରେ ନୂଆଖାଇର ଅନ୍ନ ପ୍ରସାଦ ଭଗବାନଙ୍କଠାରେ ଲାଗି ହେବ।

ନୂଆଖାଇ ପାଇଁ ନିର୍ଘଂଟ ହେଲା ସମୟ, ସେପ୍ଟେମ୍ବର 11 ସକାଳ 10ଟା 19ରୁ 10ଟା 40 ମଧ୍ୟରେ ଲାଗି ହେବ ନବାନ୍ନ

ପ୍ରଥମେ ମା’ ସମଲେଇ ଓ ମା’ ପାଟନେଶ୍ୱରୀ ତଥା ସବୁ ଇଷ୍ଟ ଦେବାଦେବୀଙ୍କ ଠାରେ ନୂଆ ଅନ୍ନରେ ପ୍ରସ୍ତୁତ ପ୍ରସାଦ ଲାଗି ହେବ । ଏବଂ ଏହାପରେ ରାଜାଠୁ ପ୍ରଜା ସମସ୍ତେ ନୂଆ ଖାଇବେ । ଏହି ନୂତନତ୍ଵର ପର୍ବରେ ଚାଷୀ ତାର ଅମଳ କରିଥିବା ଶସ୍ୟକୁ ପ୍ରଥମେ ଭଗବାନଙ୍କଠାରେ ଲାଗି କରିବା ପରେ ନିଜେ ନୂଆ ଶସ୍ୟ ଆହରଣ କରିଥାଏ । ଏବଂ ସବୁ ନୂଆ ଏଥିରେ ଖଞ୍ଜି ଧୁମଧାମରେ ଏହି ପର୍ବ ପାଳନ ହୋଇଥାଏ।

ତେବେ ଏହାର ଲଗ୍ନ ସ୍ଥିର ହେବା ପରେ ସମସ୍ତଙ୍କ ମଧ୍ୟ ଉତ୍ସାହ ଭରି ଯାଇଛି । ଏବଂ ସମସ୍ତେ ଏବେଠୁଁ ପ୍ରସ୍ତୁତି ପାଇଁ ଲାଗି ପଡିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details