ଓଡିଶା

odisha

ETV Bharat / state

କୋରୋନା ଯୋଗୁଁ ଫିକା ପଡିଲା ନୂଆଁଖାଇ ପାହୁର ଯାତ୍ରା - nua khai pahura festival

କୋରୋନା କଟକଣା ଯୋଗୁଁ ଏବର୍ଷ ସବୁ ମନ୍ଦିରରେ ତାଲା ଝୁଲୁଛି । ଫଳରେ କେବଳ ରୀତି ନୀତି ଅନୁସାରେ ଅଳ୍ପ କିଛି ଭକ୍ତରେ ଏହି ପାହୁର ଯାତ୍ରା ଆୟୋଜନ ହେବା ସହ ସାମଗ୍ରୀ ସବୁ ଦେବାଦେବୀଙ୍କ ନିକଟରେ ଅର୍ପଣ କରାଯାଇଥିଲା।

କୋରୋନା ଯୋଗୁଁ ଫିକ ପଡିଲା ନୂଆଖାଇ ପାହୁର ଯାତ୍ରା
କୋରୋନା ଯୋଗୁଁ ଫିକ ପଡିଲା ନୂଆଖାଇ ପାହୁର ଯାତ୍ରା

By

Published : Aug 22, 2020, 10:18 PM IST

ବଲାଙ୍ଗୀର: କୋରୋନା କଟକଣା ଯୋଗୁଁ ସବୁ ପର୍ବପର୍ବାଣି ଫିକା ପଡିଥିବାବେଳେ ବଲାଙ୍ଗୀରରେ ନୂଆଁଖାଇ ପାହୁର ଯାତ୍ରା ମଧ୍ୟ ଫିକା ପଡିଛି । ସାଧାରଣ ଦିନରେ ଏହି ଯାତ୍ରା ଅତି ଧୁମଧାମରେ ପାଳିତ ହେଉଥିବାବେଳେ ଏବର୍ଷ କେବଳ ରୀତି ନୀତିରେ ସୀମିତ ରହିଛି ।

କୋରୋନା ଯୋଗୁଁ ଫିକ ପଡିଲା ନୂଆଖାଇ ପାହୁର ଯାତ୍ରା

ନୂଆଁଖାଇ ପୂର୍ବରୁ ଏହି ପାହୁର ଯାତ୍ରା ହେଉଥିବାବେଳେ ଏଥିରେ ସବୁ ଇଷ୍ଟ ଦେବାଦେବୀଙ୍କୁ ନୂଆଁଖାଇ ପାଇଁ ପୋଷାକ ପ୍ରସାଧନ ସାମଗ୍ରୀ ଓ ପୂଜା ସାମଗ୍ରୀ ଅର୍ପଣ କରାଯାଇଥାଏ । ଶତାଧିକ ଲୋକ ଏଥିରେ ଯୋଗ ଦେଇ ଭବ୍ୟ ଯାତ୍ରାର ଆୟୋଜନ ହୋଇଥାଏ । ହେଲେ କୋରୋନା କଟକଣା ଯୋଗୁଁ ଏବର୍ଷ ସବୁ ମନ୍ଦିରରେ ତାଲା ଝୁଲୁଛି । ଫଳରେ କେବଳ ରୀତି ନୀତି ଅନୁସାରେ ଅଳ୍ପ କିଛି ଭକ୍ତରେ ଏହି ପାହୁର ଯାତ୍ରା ଆୟୋଜନ ହେବା ସହ ସାମଗ୍ରୀ ସବୁ ଦେବା ଦେବୀଙ୍କ ନିକଟରେ ଅର୍ପଣ କରାଯାଇଥିଲା ।

ବଲାଙ୍ଗୀରରୁ ଏସକେ. ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details