ଓଡିଶା

odisha

ETV Bharat / state

କୋରୋନାରେ ବୃଦ୍ଧଙ୍କ ମୃତ୍ୟୁ, ପାଖ ମାଡିଲେନି ଆତ୍ମୀୟ ସ୍ବଜନ - balangir corona old man dead

ବଲାଙ୍ଗୀରରେ ଜଣେ ଅସହାୟ ବୃଦ୍ଧାଙ୍କ କୋରୋନରେ ମୃତ୍ୟୁ ପରେ ପାଖ ମାଡ଼ିଲେନି କେହି । ଦୀର୍ଘ ଘଣ୍ଟା ମୃତଦେହ ପଡ଼ି ରହିବା ପରେ ସ୍ବେଚ୍ଛାସେବୀ କଲେ ସତ୍କାର । ଅଧିକ ପଢନ୍ତୁ...

କୋରନାରେ ବୃଦ୍ଧଙ୍କ ମୃତ୍ୟୁ, ପାଖ ମାଡିଲେନି କେହି
କୋରନାରେ ବୃଦ୍ଧଙ୍କ ମୃତ୍ୟୁ, ପାଖ ମାଡିଲେନି କେହି

By

Published : May 14, 2021, 6:37 AM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ତାର ଭୟାବହତା ଦେଖାଇ ଚାଲିଥିବା ବେଳେ ଏଥିରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ି ଚାଲିଛି ଏବଂ କରୋନା ଭୟରେ ଲୋକେ ମୃତକଙ୍କ ପାଖ ମାଡ଼ୁ ନାହାନ୍ତି । ଏହିଭଳି ଜଣେ ଅସହାୟ ବୃଦ୍ଧାଙ୍କ କରୋନରେ ମୃତ୍ୟୁ ହୋଇଥିବା ବେଳେ ଭୟରେ କେହି ପାଖ ନମାଡ଼ିବାରୁ ମୃତଦେହ ଦୀର୍ଘ ଘଣ୍ଟା ପଡ଼ି ରହିଥିଲା ଏବଂ ଶେଷରେ କିଛି ସ୍ବେଚ୍ଛାସେବୀ ଆଗକୁ ଆସି ସତ୍କାର କରିଛନ୍ତି ।

ବଲାଙ୍ଗୀର ହାତିସାଳ ପଡ଼ାରେ ରହୁଥିବା 75 ବର୍ଷର ବୃଦ୍ଧା ପଞ୍ଚଫୁଲ ବେହେରା କିଛି ଦିନ ହେବ କୋରୋନାରେ ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହୋଉଥିଲେ । ତେବେ ଆଜି ତାଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଭୟରେ ତାଙ୍କ ସମ୍ପର୍କୀୟ କିମ୍ବା ପାଖ ପଡୋଶୀ କେହି ପାଖ ମାଡ଼ି ନଥିଲେ । ସେପଟେ ମୃତଦେହ ଦୀର୍ଘ ଘଣ୍ଟା ପଡ଼ି ରହିବା ପରେ ବଲାଙ୍ଗୀରର କିଛି ସମାଜସେବୀ ଯୁବକ ଏହାର ଖବର ପାଇଥିଲେ ଏବଂ ସେମାନେ ପ୍ରଶାସନର ଅନୁମତି ନେଇ ପିପିଇ କିଟ୍ ପିନ୍ଧି ମୃତଦେହକୁ ଉଦ୍ଧାର କରିବା ସହ ସ୍ଥାନୀୟ ଆରଟିଓ ଅଫିସ ନିକଟ ଶ୍ମଶାନରେ ତାଙ୍କର ସତ୍କାର କରିଥିଲେ । ତେବେ କୋରୋନା ଭୟରେ ଲୋକେ ନିଜ ସମ୍ପର୍କୀୟଙ୍କ ପାଖରେ ମଧ୍ୟ ଛିଡ଼ା ନହେବା ଏବେ ଚିନ୍ତାର ବିଷୟ ପାଲଟିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହୀଦ, ଇଟିଭି ଭାରତ

ABOUT THE AUTHOR

...view details