ଓଡିଶା

odisha

ETV Bharat / state

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନାହିଁ ନିଜସ୍ବ ଜମି ! UGC ମାନ୍ୟତା ପରେ ବଢିଲା ଚିନ୍ତା - ଜମିଜମା ରେକର୍ଡ

77 ବର୍ଷର ପୁରୁଣା କଲେଜ ଅଛି, ହେଲେ ତା ନାଁରେ ଜମିଜମା ରେକର୍ଡ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିକ ପଢନ୍ତୁ...

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନାହିଁ ନଜସ୍ବ ଜମି
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନାହିଁ ନଜସ୍ବ ଜମି

By

Published : Aug 3, 2021, 9:43 AM IST

ବଲାଙ୍ଗୀର: ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଅଛି, ହେଲେ କୌଣସି ବିଭାଗ ପାଖରେ ଏହାର କୌଣସି ଜମି ଜମା ରେକର୍ଡ ନାହିଁ । ଅର୍ଥାତ କଲେଜ ପାଖରେ କିମ୍ବା କୌଣସି ବିଭାଗ ପାଖରେ ଏହାର ଜମି ପଟ୍ଟା ନାହିଁ । ତେବେ ବିଶ୍ବ ବିଦ୍ୟାଳୟ ମାନ୍ୟତା ପାଇବା ପରେ ଏବେ ଏହି ସମସ୍ୟା ଆଗକୁ ଗୁରୁତର ହେବାର ସମ୍ଭାବନା ରହିଛି ।

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନାହିଁ ନଜସ୍ବ ଜମି

77 ବର୍ଷ ପୁରୁଣା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନାମରେ କୌଣସି ଜମିଜମା ନ ଥିବାର ଏବେ ନଜିରକୁ ଆସିଛି । କଲେଜ ଅଛି ହେଲେ କଲେଜ ପାଖରେ ଜମିପଟ୍ଟା ନାହିଁ । ଯାହା ଫଳରେ କଲେଜର ନିଜସ୍ବ ଜମି କେତେ ଅଛି ତାକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି । ସେପଟେ ରାଜେନ୍ଦ୍ର କଲେଜକୁ ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳି ସାରିଥିବାବେଳେ ତଥା ଆଗକୁ ଏହାର ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି । ଏହି ସହିତ ଜମିପଟ୍ଟାର ରେକର୍ଡ ନଥିବା ମୁଖ୍ୟ ସମସ୍ୟା ହୋଇଛି । ଏହାର ଶୀଘ୍ର ସମାଧାନ ଦାବି ହୋଇଛି । ତେବେ ବର୍ତ୍ତମାନ କଲେଜ ଦଖଲରେ 48 ଏକର ଜମି ଥିବା ବେଳେ ବିକାଶ ପାଇଁ ଆହୁରି 100 ଏକର ଜମିର ଆବଶ୍ୟକତା ରହିଛି । ଏହାର ଯୋଗାଡ଼ ସରକାର ଶୀଘ୍ର କରନ୍ତୁ ବୋଲି ଦାବି ହୋଇଛି ।

ତେବେ 1944 ମସିହାରେ ପାଟଣା ମହାରାଜା ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଏହି କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିଲେ । ସେହି ସମୟରେ ସେ 200 ଏକର ଜମି ଦାନ କରିଥିଲେ । ଯାହା ପରେ ରାଜେନ୍ଦ୍ର କଲେଜ ସ୍ଥାପନ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ସ୍ବୟଂସାଶିତ କଲେଜ ମାନ୍ୟତା ପାଇଥିଲା । ଗତ 2020 ମସିହାରେ ବିଶ୍ବ ବିଦ୍ୟାଳୟ ମାନ୍ୟତା ରାଜ୍ୟ ସରକାର ପ୍ରଦାନ କରିଥିଲେ । ହେଲେ ଏହାର ଜମିଜମା ସଙ୍କଟ ଉପରେ କେହି ଧ୍ୟାନ ନ ଦେବା ଫଳରେ ଇତି ମଧ୍ୟରେ ଦାନରେ ମିଳିଥିବା 200 ଏକର ଜମିରୁ ଅଧିକାଂଶ ଜବର ଦଖଲ ହୋଇ ସାରିଛି ।

ସେପଟେ ବିଶ୍ବ ବିଦ୍ୟାଳୟ ମାନ୍ୟତା ପାଇବା ପରେ ବଲାଙ୍ଗୀର ପ୍ରଶାସନ ଏଯାଏଁ କଲେଜର 72 ଏକର ଜମି ଚିହ୍ନଟ କରିଛି ଆବଶ୍ୟକ ଥିବା 100 ଏକର ଜମି ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ରାଜେନ୍ଦ୍ର କଲେଜ ନାଁରେ କୌଣସି ଜମି ଜମାପଟ୍ଟା ନଥିବାର ପ୍ରଶାସନ ମଧ୍ୟ ସ୍ପଷ୍ଟ କରିଛି । ତେବେ 77 ବର୍ଷର ପୁରୁଣା କଲେଜ ଅଛି ହେଲେ ତା ନାଁରେ ଜମିଜମା ରେକର୍ଡ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details