ଓଡିଶା

odisha

By

Published : Jul 22, 2022, 8:37 AM IST

Updated : Jul 22, 2022, 9:07 AM IST

ETV Bharat / state

ଡାକ୍ତର ଶୂନ୍ୟ ତୁଷୁରା ଚିକିତ୍ସାଳୟ, ସପ୍ତାହରେ 4 ଡାକ୍ତରଙ୍କ ଇସ୍ତଫା

ପୁଣି ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗୋଟିଏ ସପ୍ତାହରେ ଇସ୍ତଫା ଦେଲେ 4 ଡାକ୍ତର । ଅଧିକ ପଢ଼ନ୍ତୁ

doctors left from hospital in balangir tusura
ଡାକ୍ତରଶୂନ୍ୟ ତୁଷୁରା ଚିକିତ୍ସାଳୟ, ସପ୍ତାହରେ 4 ଡାକ୍ତରଙ୍କ ଇସ୍ତଫା

ବଲାଙ୍ଗୀର: ପୁଣି ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗୋଟିଏ ସପ୍ତାହରେ ଇସ୍ତଫା ଦେଲେ 4 ଡାକ୍ତର । ବଲାଙ୍ଗୀର ଜିଲ୍ଲା ଉପାନ୍ତରେ ଥିବା ତୁଷୁରା ଚିକିତ୍ସାଳୟ ଏବେ ଡାକ୍ତର ଶୂନ୍ୟ ହୋଇପଡ଼ିଛି ।

ଡାକ୍ତର ଶୂନ୍ୟ ତୁଷୁରା ଚିକିତ୍ସାଳୟ

1922 ମସିହାର ଏହି ଡ଼ାକ୍ତରଖାନା । ଶହେ ବର୍ଷ ପୁରୁଣା ଏହି ଡାକ୍ତରଖାନା ଉପରେ କଳାହାଣ୍ଡି ଜିଲ୍ଲା ଓ ବଲାଙ୍ଗୀର ଉପାନ୍ତ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି । ଏଠାରେ ସବୁବେଳେ ଡାକ୍ତର ସମସ୍ୟା ଲାଗି ରହିଥାଏ । ଯାହାକୁ ନେଇ ଅନେକ ଥର ଆନ୍ଦୋଳନ ହେବା ପରେ ସରକାର ଦୁଇ ଜଣ ଡାକ୍ତର ନିଯୁକ୍ତି ଦେଇଥିଲେ । ହେଲେ କୌଣସି କାରଣରୁ ସେମାନେ ଇସ୍ତଫା ଦେଇଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତାଙ୍କ ବଦଳରେ ପୁଣି ଦୁଇ ଡାକ୍ତର ନିଯୁକ୍ତି ଦେଇଥିବା ବେଳେ ସେମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ଫଳରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି । ଜଣେ କମ୍ପାଉଣ୍ଡରଙ୍କ ଭରସାରେ ଡାକ୍ତରଖାନା ଚାଲିଛି । ତେଣୁ ଲୋକେ ଖର୍ଚ୍ଚାନ୍ତ ହୋଇ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିବାକୁ ବାଧ୍ୟ ହେଉଛନ୍ତି।

ତୁଷୁରା ବାସୀ ପୁଣି ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ବଲାଙ୍ଗୀର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 22, 2022, 9:07 AM IST

ABOUT THE AUTHOR

...view details