ବଲାଙ୍ଗୀର:ଆଗଲପୁର ବ୍ଲକ ଅନ୍ତର୍ଗତ ଆଠଟି ପଞ୍ଚାୟତର ଚାଷୀ ଫସଲ ବୀମା ଦାବୀ ନେଇ ଆଜି ବରଗଡ ବୋରିଗୁମ୍ମା 26 ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଶୀଘ୍ର ବୀମା ଟଙ୍କା ପ୍ରଦାନ କରାନଗଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ବଲାଙ୍ଗିର ଆଗଲପୁର ବ୍ଲକ ଅଞ୍ଚଳର ଆଠଟି ପଞ୍ଚାୟତର ଚାଷୀ ଆଜି ଶସ୍ୟ ବୀମା ପ୍ରାପ୍ୟ ଦାବୀ ନେଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଶସ୍ୟ ବୀମା ପ୍ରାପ୍ୟ ପାଇଁ ବାରମ୍ବାର ନେତା ମନ୍ତ୍ରୀ କିମ୍ବା ପ୍ରଶାସନଙ୍କ ପାଖରେ ଗୁହାରି କରିଥିଲେ କ୍ଷତିଗ୍ରସ୍ତ ଚାଷୀ । ହେଲେ ନେତା ମନ୍ତ୍ରୀ କିମ୍ବା ପ୍ରଶାସନ ତାଙ୍କର କଥା ଶୁଣୁ ନ ଥିବାର ସେମାନେ ଅଭିଯୋଗ କରିଛନ୍ତି । ଶସ୍ୟ ବୀମା ପ୍ରାପ୍ୟ ପାଇଁ ଯେଉଁ କମ୍ପାନୀ ଦାୟିତ୍ବ ନେଇଥିଲେ ସେମାନେ 2021 ଓ 22 ବର୍ଷର ଖରିଫ ଚାଷ ମରୁଡି ଦେଖି ଚାଷୀଙ୍କୁ ବୀମା ପ୍ରାପ୍ୟ ଦେବାକୁ ମନା କରିଦେଇଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।
ଫସଲ ବୀମା ଦାବୀ ନେଇ ଚାଷୀଙ୍କ ରାଜପଥ ଅବରୋଧ - ଚାଷୀଙ୍କ ରାଜପଥ ଅବରୋଧ
ଫସଲ ବୀମା ଦାବୀ ନେଇ ଆଜି ବରଗଡ ବୋରିଗୁମ୍ମା 26 ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ
ଫସଲ ବୀମା ଦାବୀ ନେଇ ଚାଷୀଙ୍କ ରାଜପଥ ଅବରୋଧ
ବରଗଡ଼ ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥ ରୁଗୁଡ଼ି ଖାଲ ଗ୍ରାମ ଠାରେ ଚାଷୀ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ବଲାଙ୍ଗୀର ଦେଇ ବରଗଡ ବୋରିଗୁମ୍ମା ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ଗତ 2021 ଓ 22 ବର୍ଷରେ ଏହି ଅଞ୍ଚଳରେ ଭୟାବହ ମରୁଡି ପଡିଥିବାର ଚାଷୀ କହିଥିଲେ । ତେବେ ସେ ସମୟରେ ଏଠିକାର ଚାଷୀ ଫସଲ ବୀମା ମଧ୍ୟ କରିଥିଲେ । ହେଲେ ଚଳିତ ବର୍ଷର ଚାଷ କାମ ଆରମ୍ଭ ହୋଇ ସାରିଥିବା ବେଳେ ଏଯାଏଁ ସେମାନେ ବୀମା କ୍ଷତି ପୂରଣ ଟଙ୍କା ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର