ଓଡିଶା

odisha

ଜଙ୍ଗଲରୁ ନବଜାତ କନ୍ୟା ଉଦ୍ଧାର

By

Published : Oct 19, 2020, 9:20 PM IST

ଅଲୋଡା ହେଉଛି କନ୍ୟା । ବଲାଙ୍ଗୀର ସାଲେପାଲି ଗ୍ରାମ ନିକଟସ୍ଥ ଚକାମାଲ୍ ଜଙ୍ଗଲରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା । ଅଧିକ ପଢନ୍ତୁ..

ଜଙ୍ଗଲରୁ ନବଜାତ କନ୍ୟା ଉଦ୍ଧାର
ଜଙ୍ଗଲରୁ ନବଜାତ କନ୍ୟା ଉଦ୍ଧାର

ବଲାଙ୍ଗୀର: ପୁଣି ଅଲୋଡା ଶିଶୁ କନ୍ୟା । ଜଙ୍ଗଲରୁ ଉଦ୍ଧାର ହୋଇଛି ନବଜାତ କନ୍ୟା । ବଲାଙ୍ଗୀର ପାଟଣାଗଡ଼ ଅନ୍ତର୍ଗତ ସାଲେପାଲି ଗ୍ରାମ ନିକଟସ୍ଥ ଚକାମାଲ୍ ଜଙ୍ଗଲରୁ ନବଜାତ କନ୍ୟା ଉଦ୍ଧାର ହୋଇଛି ।

ଜଙ୍ଗଲରୁ ନବଜାତ କନ୍ୟା ଉଦ୍ଧାର

ସୋମବାର ସ୍ଥାନୀୟ ଆଶା କର୍ମୀ ପାଙ୍କଜିନୀ ସାହୁଙ୍କୁ ଫୋନ୍ ଯୋଗେ ଏହାର ସୂଚନା ମିଳିବା ପରେ ସେ ଜଙ୍ଗଲକୁ ଯାଇ ଶିଶୁକନ୍ୟାକୁ ଅସହାୟ ଓ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ଏହା ପରେ ଶିଶୁକୁ ଆଣି ପାଟଣାଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଶିଶୁଟି ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଥିବାର ଜଣାପଡିଛି ।

ସେପଟେ ଏହି ଶିଶୁ କନ୍ୟାକୁ କିଏ ଓ କେଉଁ ପରିସ୍ଥିତିରେ ଜଙ୍ଗଲରେ ଅସହାୟ ଅବସ୍ଥାରେ ଛାଡ଼ିଲା, ତାହା ପ୍ରଶ୍ନବାଚୀ ହୋଇଥିବା ବେଳେ ଏହାର ତଦନ୍ତ ହେଉ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details