ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ପୁଣି ଜୋର ଧରିଲା ଅଲଗ କୋଶଳ ରାଜ୍ୟ ଦାବି

ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିବସକୁ ବଲାଙ୍ଗିର ଜିଲ୍ଲାବାସୀ କ୍ରାନ୍ତି ଦିବସ ଭାବେ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

By

Published : Jan 23, 2020, 11:23 PM IST

juba samabes
ବଲାଙ୍ଗିରରେ ପୁଣି ଜୋର ଧରିଲା ଅଲଗ କୋଶଳ ରାଜ୍ୟ ଦାବି

ବଲାଙ୍ଗୀର: ଜିଲ୍ଲାରେ ପୁଣି ଜୋର ଧରିଲା ଅଲଗ କୋଶଳ ରାଜ୍ୟ ଦାବି । ଯେଉଁଥିରେ ଗୁରବାର ବଲାଙ୍ଗୀରରେ ଏକ ବିରାଟ ଯୁବ ସମାବେଶ କୋଶଳ ସମନ୍ୱୟ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା । ଏବଂ ଆଜିର ଦିନକୁ ଉଳଗୁଲନ ବା କ୍ରାନ୍ତି ଦିବସ ଭାବରେ ପାଳନ କରାଯାଇଥିଲା।

ବଲାଙ୍ଗିରରେ ପୁଣି ଜୋର ଧରିଲା ଅଲଗ କୋଶଳ ରାଜ୍ୟ ଦାବି

ଏଥିରେ ଗୁରୁବର ପଶ୍ଚିମ ଓଡିଶାର 11ଟି ଜିଲ୍ଲାର ଯୁବ ପ୍ରତିନିଧି ମାନେ ସାମିଲ ହୋଇଥିଲେ । ପୃଥ୍ୱୀରାଜ ହାଇସ୍କୁଲ ପଡ଼ିଆରୁ ଏକ ଶୋଭାଯାତ୍ରା ବାହାରି ବଲାଙ୍ଗୀର ସହର ପରିକ୍ରମା କରିଥିଲେ। ସେହିପରି ସ୍ଥାନୀୟ ଟାଉନ ହଲ ଠାରେ ଏମାନେ ଏକାଠି ହୋଇ ଉଳଗୁଲାନ ପାଳନ କରିଥିଲେ ।

ନେତାଜୀ ସୁବାସ ବୋଷ ଓ ବିର ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିବସକୁ ଜିଲ୍ଲାବାସୀ କ୍ରାନ୍ତି ଦିବସ ଭାବରେ ପାଳନ କରୁଛନ୍ତି । ଆଜିର ଏହି ସମାବେଶରେ ଅଲଗ କୋଶଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନର ନୂଆ ରୂପରେଖ ପ୍ରସ୍ତୁତ କରିବା ସହ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର କରିବେ ବୋଲି କହିଛନ୍ତି ।

ବଲାଙ୍ଗିରରୁ ଏସକେ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details