ବଲାଙ୍ଗୀର: ପାଣି ସଂଯୋଗକୁ ନେଇ ଉପୁଜି ଥିଲା କଳହ । ଏହି କଳହ ଚରମସୀମାରେ ପହଞ୍ଚିଥିଲା । ପଡୋଶୀ ରାଗିଯାଇ ଦମ୍ପତ୍ତିଙ୍କ ଉପରକୁ ଗରମ ତେଲ ଫୋପାଡିଥିଲେ । ଦମ୍ପତ୍ତିଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଝରଣି ପାଲି ଗ୍ରାମରେ ।
ସୂଚନା ଅନୁଯାୟୀ, ବଲାଙ୍ଗୀରର ଏକ ଗ୍ରାମରେ ପାଣି ସଂଯୋଗକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । କଳହ ଚରମସୀମାରେ ପହଞ୍ଚିଥିଲା । ପଡୋଶୀ ଜଣକ ରାଗରଖି ଦମ୍ପତ୍ତିଙ୍କ ଉପରକୁ ଗରମ ତେଲ ଫୋପାଡିଥିଲେ । ଗରମ ତେଲ ପଡିବାରୁ ଦମ୍ପତ୍ତି ପୋଡି ଆହାତ ହୋଇଛନ୍ତି । ଉଭୟ ଆହାତ ପତି ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଝରଣି ପାଲି ଗ୍ରାମରେ ରହୁଥିବା ସୁଶୀଲ ପୋଢଙ୍କ ପରିବାର ସହ ପଡୋଶୀ କବିର ପୋଢଙ୍କ ପରିବାର ମଧ୍ୟରେ ପାଣି ସଂଯୋଗକୁ ନେଇ କଳହ ଲାଗି ରହିଥିଲା । ଗାଁ ରେ ନବ ନିର୍ମିତ ପାଣି ଟାଙ୍କିରୁ ପାଇପ ଯୋଗେ ପ୍ରତି ଘରକୁ ପାଣି ଯୋଗାଇ ଦିଆଯାଉଥିଲା । ତେବେ ପଡୋଶୀ କବିର ପୋଢ ତାଙ୍କ ଘର ଆଗରେ ପାଣି ପାଇପ ନେବାକୁ ସୁଶୀଲଙ୍କୁ ମନା କରିଥିଲେ । ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଆଜି ସୁଶୀଲ ଏବଂ ତାଙ୍କ ବବିତା ପୋଢ ଘରୁ ବାହାରି ରାସ୍ତା ଉପରକୁ ଆସିଥିଲେ । ଏହି ସମୟରେ କବିର ଏକ ଡଙ୍କିରେ ଗରମ ତେଲ ଆଣି ଉଭୟ ପତି ପତ୍ନୀଙ୍କ ଉପରକୁ ଫୋପାଡି ଦେଇଥିଲେ । ଏନେଇ ଅଭିଯୋଗ କରିଛନ୍ତି ଆହାତ ଦମ୍ପତ୍ତି । ଦେହରେ ଗରମ ତେଲ ପଡିବାରୁ ଯନ୍ତ୍ରଣାରେ ଚିତ୍କାର କରିବା ପରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ ।
ଏହା ବି ପଢନ୍ତୁ-RTIର ଖୁଲାସା: ଦେଓମାଳି ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ