ବଲାଙ୍ଗୀର: ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ, ଏସପି, ଲୋକ ସମ୍ପର୍କ ଓ ସୂଚନା ଅଧିକାରୀଙ୍କ ସହିତ ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ତଥା ସବୁ ସାମ୍ବାଦିକ ଉପସ୍ଥିତ ଥିଲେ ।
ଏହି ଅବସରରେ ଦେଶ ଗଢିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା ହୋଇଥିଲା । ଯେଉଁଥିରେ ଗଣଙ୍କ ମାଧ୍ୟମ ଥିବା ଗଣମାଧ୍ୟମ କେମିତି ଖବର ପ୍ରସାରିତ କରି ଦେଶ ଗଢିବାରେ ସହାୟକ ହେଉଛି ତାକୁ ନେଇ ସମସ୍ତେ ମତ ରଖିଥିଲେ । ସେହିପରି ଏହି ଅବସରରେ ବଲାଙ୍ଗୀର ଏସପି ନୀତିନ କୁସଲକର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।