ବଲାଙ୍ଗୀର: ଜାନୁଆରୀ 8 ତାରିଖରେ ଅନୁଷ୍ଠିତ ହେବ ସର୍ବଭାରତୀୟ ମଠଖାଇ ନାଟ୍ୟ ଉତ୍ସବ । 5 ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଛତିଶଗଡ଼, ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ରାଜ୍ୟର ନାଟକ ସହ ଓଡ଼ିଶାର ନାଟକ ପ୍ରଦର୍ଶିତ ହେବ । ଏନେଇ ମଠଖାଇ ନାଟ୍ୟ ମହୋତ୍ସବ କମିଟି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛି । ଦୀର୍ଘ ଦୁଇ ବର୍ଷ ପରେ ଚଳିତ ଥର ବେଶ ଆଡ଼ମ୍ବର ସହ ଉତ୍ସବ ଆୟୋଜନ କରିବାକୁ କମିଟି ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ଗୋପାଳପୁର ବେଳାଭୂମି ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ଅରମାନଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ
ବଲାଙ୍ଗୀର ସର୍ବଭାରତୀୟ ମଠଖାଇ ନାଟ୍ୟ ମହୋତ୍ସବ ଆସନ୍ତା ଜାନୁୟାରୀ 8 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥର ମଞ୍ଚରେ ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ ରାଜ୍ୟର ଉତ୍କୃଷ୍ଟ ନାଟକ ସହ ଓଡ଼ିଶାର ଦୁଇଟି ନାଟକ ମଞ୍ଚସ୍ଥ ହେବ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଲୋକନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯିବ । ତେବେ ସବୁ ବର୍ଷ ଏହି ସର୍ବ ଭାରତୀୟ ନାଟ୍ୟ ମହୋତ୍ସବରେ ଦେଶର ବଛାବଛା ନାଟକ ପ୍ରଦର୍ଶିତ ହୋଇଥାଏ । ଏହି ଧାରାରେ ପ୍ରଥମ ଦିନରେ ଝାରଖଣ୍ଡ ରାଜ୍ୟର "କୋର୍ଟ ମାର୍ଶଲ" ନାଟକ ମଞ୍ଚସ୍ଥ ହେବ । ଯାହାର ନିର୍ଦ୍ଦେଶନା ନାଟ୍ୟକାର ସଞ୍ଜୟ ଲାଲ ଦେଇଥିବା ବେଳେ ଏହାର ରଚନା କରିଛନ୍ତି ସ୍ବଦେଶ ଦୀପକ । ସେହିପରି ଦ୍ଵିତୀୟ ଦିନରେ ପଶ୍ଚିମବଙ୍ଗ ରାଜ୍ୟର "ତିତସ ଏକଟି ନାଦିର" ନାଟକ ମଞ୍ଚସ୍ଥ ହେବ । ଯାହାର ନିର୍ଦ୍ଦେଶନା ବିଶ୍ବବିଖ୍ୟାତ ନାଟ୍ୟକାର ପ୍ରବୀଣ ଗୁହା ଦେଇଛନ୍ତି । ତୃତୀୟ ଦିନରେ ଓଡ଼ିଶା ଭୁବନେଶ୍ୱରର ଓଡ଼ିଆ ନାଟକ "ଫୁଲ ଟେନସନ" ପ୍ରଦର୍ଶନ କରାଯିବ । ହରେନ ସାହୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଆନନ୍ଦ ଚନ୍ଦ୍ର ପାହି ରଚନା କରିଛନ୍ତି ।