ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ସର୍ବଭାରତୀୟ ନାଟ୍ୟ ଉତ୍ସବ ଉଦଯାପିତ - ସର୍ବ ଭାରତୀୟ ନାଟ୍ୟ ଉତ୍ସବ

ପାଞ୍ଚ ଦିନ ଧରି ବଲାଙ୍ଗୀରରେ ଚାଲିଥିବା ସର୍ବ ଭାରତୀୟ ନାଟ୍ୟ ଉତ୍ସବ ଉଦଯାପିତ ହୋଇ ଯାଇଛି । ଅଧିକ ପଢନ୍ତୁ

national level theater festival concluded
national level theater festival concluded

By

Published : Jan 13, 2023, 12:18 PM IST

ସର୍ବଭାରତୀୟ ନାଟ୍ୟ ଉତ୍ସବ ଉଦଯାପିତ

ବଲାଙ୍ଗୀର: ଉଦଯାପିତ ହୋଇଯାଇଛି ବଲାଙ୍ଗୀରରେ ଆୟୋଜିତ ହୋଇଥିବା ସର୍ବଭାରତୀୟ ନାଟ୍ୟ ଉତ୍ସବ । ଗତ ଆଠ ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ବ ଭାରତୀୟ ନାଟ୍ୟ ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାର ପାଞ୍ଚଟି ବଛା ବଛା ଶିକ୍ଷଣୀୟ ନାଟକ ଦର୍ଶକଙ୍କ ମନମୁଗ୍ଧ କରିଥିଲା ।

ସେହିପରି ଏ ଅଞ୍ଚଳର ଲୋକ ନୃତ୍ୟ ଗୀତ ମଧ୍ୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ତେବେ ଏହି ଉତ୍ସବର ଶେଷ ରାତିରେ ସ୍ଥାନୀୟ ଘୁଡକା ନାଚ ଓ ବାଦ୍ୟରେ ଲୋକେ ଝୁମିଥିଲେ । ଶେଷ ଦିନ ମଞ୍ଚସ୍ତ ହୋଇଥିବା ଛାତିଶଗଡି ନାଟକ 'ସକୁ ବାଇ' ମଧ୍ୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଏହି ନାଟକ ଆଜିର ବ୍ୟସ୍ତ ଓ ଆଧୁନିକ ସମାଜରେ ତଥା ପ୍ରତିଷ୍ଠିତ ଘରେ କାମ କରି ନିଜ ପେଟ ପାଲିଥିବା ଜଣେ ମହିଳାର ଜୀବନି ଉପରେ ପର୍ଯ୍ୟବେସିତ ହୋଇଥିଲା । ଯାହା ଜଣେ ମହିଳାର ସଂଘର୍ଷମୟ ଜୀବନ ବଞ୍ଚିବାର ଇଚ୍ଛା ଶକ୍ତିକୁ ସୂଚାଇ ଥିବା ବେଳେ ଏମାନଙ୍କୁ ସମାଜରେ ସମ୍ମାନ ଦେବାର ବାର୍ତ୍ତା ଦେଇଥିଲା ଏହି ନାଟକ ।

ତେବେ ପାଞ୍ଚ ଦିନ ଧରି ଚାଲିଥିବା ଏହି ସର୍ବ ଭାରତୀୟ ନାଟକ ଉତ୍ସବରେ ପ୍ରଦର୍ଶିତ ହୋଇଥିବା ନାଟକକୁ ବେଶ ଉପଭୋଗ କରିଥିଲେ ଦର୍ଶକ । ସେପଟେ ଆଧୁନିକ ସମାଜ ମାନବିକତା ମୂଲ୍ୟବୋଧର ବିକାଶ ପାଇଁ ନାଟକ ହିଁ ପ୍ରକୃତ ମାଧ୍ୟମ ,ଏହାଦ୍ୱାରା ସମାଜର ବିକାଶ ହୋଇଥାଏ ବୋଲି କହିଥିଲେ ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ । ବଲାଙ୍ଗୀର ଭୂମିକା ଅନୁଷ୍ଠାନ ପକ୍ଷରୁ ଗତ ୨୦୦୬ ରୁ ଆରମ୍ଭ ହୋଇଥିବା ସର୍ବ ଭରତୀୟ ମଠଖାଇ ନାଟ୍ୟ ଉତ୍ସବ ସବୁ ବର୍ଷ ପରି ଏଥର ମଧ୍ୟ ସଫଳ ହୋଇଥିବାର କହିଥିଲେ ଏହାର ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର।

''ଏପରି ନାଟ୍ୟ ଉତ୍ସବର ଆୟୋଜନ କରାଯାଇଥିବାରୁ ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀରବାସୀ ଓ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାଦ୍ୱାରା ସମାଜର ବିକାଶ ହୋଇପାରିବ । ଆଗକୁ ଏହି ନାଟ୍ୟ ଉତ୍ସବ ଆହୁରି ବଡ ଓ ଭବ୍ୟ ଆକାରରେ ପାଳନ ହେବ ବୋଲି କହିଥିଲେ ନରସିଂହ ମିଶ୍ର । ''

ପାଞ୍ଚ ଦିନ ଧରି ନଟ୍ୟ ଉତ୍ସବ ମଞ୍ଚରେ ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ ରାଜ୍ୟର ଉତ୍କୃଷ୍ଟ ନାଟକ ସହ ଓଡ଼ିଶାର ଦୁଇଟି ନାଟକ ମଞ୍ଚସ୍ଥ ହୋଇଥିଲା । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଲୋକନୃତ୍ୟ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ତେବେ ସବୁ ବର୍ଷ ଏହି ସର୍ବ ଭାରତୀୟ ନାଟ୍ୟ ମହୋତ୍ସବରେ ଦେଶର ବଛାବଛା ନାଟକ ପ୍ରଦର୍ଶିତ ହୋଇଥାଏ । ଏହି ଧାରାରେ ପ୍ରଥମ ଦିନରେ ଝାରଖଣ୍ଡ ରାଜ୍ୟର "କୋର୍ଟ ମାର୍ଶଲ" ନାଟକ ମଞ୍ଚସ୍ଥ ହୋଇଥିଲା ।

ଯାହାର ନିର୍ଦ୍ଦେଶନା ନାଟ୍ୟକାର ସଞ୍ଜୟ ଲାଲ ଦେଇଥିବା ବେଳେ ଏହାର ରଚନା କରିଥିଲେ ସ୍ବଦେଶ ଦୀପକ । ଦ୍ଵିତୀୟ ଦିନରେ ପଶ୍ଚିମବଙ୍ଗ ରାଜ୍ୟର "ତିତସ ଏକଟି ନାଦିର" ନାଟକ , ତୃତୀୟ ଦିନରେ ଓଡ଼ିଶା ଭୁବନେଶ୍ୱରର ଓଡ଼ିଆ ନାଟକ "ଫୁଲ ଟେନସନ" ଓ ପଞ୍ଚମ ଦିନରେ ଛାତିଶଗଡି ନାଟକ 'ସକୁ ବାଇ' ପ୍ରଦର୍ଶିତ ହୋଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details