ଓଡିଶା

odisha

ETV Bharat / state

ପୂରଣ ହେଲା ଦୀର୍ଘ ବର୍ଷର ଦାବି, ବଲାଙ୍ଗୀରରେ ଜାତୀୟ ସ୍ତରୀୟ ଇଣ୍ଡୋର୍ ଷ୍ଟାଡିୟମ ଲୋକାର୍ପିତ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟସ୍ତରୀୟ ଇଣ୍ଡୋର୍ ଷ୍ଟାଡିୟମ ଲୋକାର୍ପିତ । ଖେଳର ବିକାଶ ସାଙ୍ଗକୁ ଦେଶର ମଧ୍ୟ ହେବ ବିକାଶ । ପୁଣି ମୋଦିଙ୍କ ହାତମୁଠାକୁ ଟାଣ କଲେ ଦେଶର ବିକାଶ ସମ୍ଭବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଜାତୀୟସ୍ତରୀୟ ଇଣ୍ଡୋର୍ ଷ୍ଟାଡିୟମ ଲୋକାର୍ପିତ
ଜାତୀୟସ୍ତରୀୟ ଇଣ୍ଡୋର୍ ଷ୍ଟାଡିୟମ ଲୋକାର୍ପିତ

By

Published : Jun 12, 2023, 7:11 AM IST

ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ଆସି ପିଆର୍‌ ହାଇସ୍କୁଲର ଜାତୀୟ ସ୍ତରୀୟ ଇଣ୍ଡୋର ଷ୍ଟାଡିୟମ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଖେଳର ବିକାଶ ହେଲେ ଦେଶର ମଧ୍ୟ ବିକାଶ ହେବ ବୋଲି ସେ କହିଛନ୍ତି । ସମାନ ଭାବରେ ବଲାଙ୍ଗୀରବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରଖିଥିବା ଭରସା କେବେ ତୁଟିବ ନାହିଁ ବୋଲି ସେ କହିଛନ୍ତି । ପୁଣିଥରେ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ଆବଶ୍ୟକ ଅଛି ଓ ଏଥିପାଇଁ ବଲାଙ୍ଗୀରବାସୀ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବଲାଙ୍ଗୀରରେ ଏକ ଜାତୀୟସ୍ତରୀୟ ଇଣ୍ଡୋର ଷ୍ଟାଡିୟମର ଦାବି ହୋଇଆସୁଥିଲା । ତେବେ ଗତ ୨୦୧୯ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗତକାଲି(ରବିବାର) ସ୍ଥାନୀୟ ପିଆର୍ ହାଇସ୍କୁଲରେ ଏହି ଜାତୀୟସ୍ତରୀୟ ଇଣ୍ଡୋର ଷ୍ଟାଡିୟମ୍ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ୍‌, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ କେଭି ସିଂହଦେଓ, ଗେଲ କମ୍ପାନୀ ଡାଇରେକ୍ଟର ଦୀପକ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ୯.୯ କୋଟି ଟଙ୍କା ବ୍ୟୟରେ ଏହି ଜାତୀୟସ୍ତରୀୟ ଇଣ୍ଡୋର ଷ୍ଟାଡିୟମ୍ ନିର୍ମିତ ହୋଇଛି । ଏହି ଅବସରରେ ଗେଲ ଇଣ୍ଡିଆ ନିର୍ଦ୍ଦେଶକ ଦୀପକ ଗୁପ୍ତା କମ୍ପାନୀ ଗୋଷ୍ଠୀ ସମୁଦାୟ ବିକାଶ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ପୁରୀ ମଧ୍ୟ ଭିସି ମାଧ୍ୟମରେ ସମସ୍ତଙ୍କୁ ଶୁଭେଛା ଜଣାଇଛନ୍ତି । ଏହା ଖେଳାଳୀ ଓ ଖେଳର ବିକାଶ କରିବ ବୋଲି ସେ କହିଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ପ୍ରତି ତାଙ୍କର ଭଲପାଇବା ରହିଥିବା କହିଛନ୍ତି । ସେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ଏଠିକାର ବିଧାୟକ ନରସିଂହ ମିଶ୍ର, ସାଂସଦ ସଂଗୀତା କୁମାରୀ ସିଂହଦେଓ ଏବଂ କେଭି ସିଂହଦେଓ ତାଙ୍କ ପାଖରେ ଏକ ଜାତୀୟ ସ୍ତରୀୟ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ଦାବି କରିଥିବା କହିଛନ୍ତି ଧର୍ମେନ୍ଦ୍ର । ଏହାପରେ ଗେଲ କମ୍ପାନୀକୁ ଏଥିପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସେ କିଛି ବର୍ଷ ତଳେ ନିଜେ ଏହାର ଶିଳାନ୍ୟାସ କରିଥିଲେ । ପୁଣିଥରେ ଏହାର ଉଦ୍ଘାଟନ କରିବା ତାଙ୍କର ସୌଭାଗ୍ୟ ବୋଲି ଧର୍ମେନ୍ଦ୍ର ।

ସେ ଆହୁରି କହିଛନ୍ତି, "ବଲାଙ୍ଗୀର ଜିଲ୍ଲାରେ ପ୍ରତିଭାର ଅଭାବ ନାହିଁ । ଖେଳରେ ମଧ୍ୟ ଆଗକୁ ଏହାଦ୍ବାରା ପ୍ରୋତ୍ସାହନ ମିଳିବ । ଜାତୀୟ ସ୍ତରୀୟ ଖେଳ ଏଠାରେ ଆୟୋଜନ ହେବ । ମୋଦି ସରକାର ଲୋକଙ୍କ ତଥା ଦେଶର ବିକାଶ ପାଇଁ ଅନବରତ କାମ କରୁଛନ୍ତି । ବଲାଙ୍ଗୀରବାସୀ ତାଙ୍କ ଉପରେ ଭରସା କରି ସାଂସଦଙ୍କୁ ଜିତାଇଥିଲେ । ଏହିଭଳି ଆଉଥରେ ତାଙ୍କୁ ଆଶୀର୍ବାଦ କରନ୍ତୁ । ଯାହାଦ୍ଵାରା ଦେଶର ବିକାଶ ହେବ ।" ଏହି କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ୯ ବର୍ଷର ଉପଲବ୍ଧି ବାବଦରେ ସେ ଉପସ୍ଥିତ ସମସ୍ତଙ୍କୁ ସୂଚନା ଦେଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details