ଓଡିଶା

odisha

ETV Bharat / state

ହସ୍ତତନ୍ତ ଲୁଗା ବ୍ୟବହାର କରିବାକୁ ଆହ୍ବାନ ଦେଲେ ବରଗଡ ଜିଲ୍ଲାପାଳ - ବରଗଡ ରଙ୍ଗଘର ପଡା ଜାତୀୟ ହସ୍ତତନ୍ତ ଦିବସ

ଜାତୀୟ ହସ୍ତତନ୍ତ ଦିବସରେ ବରଗଡ ଜିଲ୍ଲାପାଳ ମମତା ବାନାର୍ଜୀ ବରଗଡ ରଙ୍ଗଘର ପଡା ସ୍ଥିତ ସମ୍ବଲପୁରୀ ବସ୍ତ୍ରାଳୟକୁ ପରିଦର୍ଶନ କରି ଜନସାଧାରଣଙ୍କୁ ହସ୍ତତନ୍ତ ଲୁଗା ବ୍ୟବହାର କରିବାକୁ ନିବେଦନ କରିଥିଲେ । ଅଧିକ ପଢନ୍ତୁ...

ଜାତୀୟ ହସ୍ତତନ୍ତ ଦିବସରେ ବସ୍ତ୍ର ଉପରେ ୧୦% ରୁ ୨୦% ସରକାରୀ ରିହାତି
ଜାତୀୟ ହସ୍ତତନ୍ତ ଦିବସରେ ବସ୍ତ୍ର ଉପରେ ୧୦% ରୁ ୨୦% ସରକାରୀ ରିହାତି

By

Published : Aug 8, 2021, 7:48 AM IST

ବରଗଡ: ଅଗଷ୍ଟ 7 ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଦିବସରେ ବରଗଡ ଜିଲ୍ଲାପାଳ ମମତା ବାନାର୍ଜୀ ବରଗଡ ରଙ୍ଗଘର ପଡା ସ୍ଥିତ ସମ୍ବଲପୁରୀ ବସ୍ତ୍ରାଳୟକୁ ପରିଦର୍ଶନ କରିଥିଲେ ଏବଂ ଜନସାଧାରଣଙ୍କୁ ହସ୍ତତନ୍ତ ଲୁଗା ବ୍ୟବହାର କରିବାକୁ ଆବେଦନ କରିଥିଲେ। ତେବେ ଶ୍ରୀମତୀ ବାନାର୍ଜୀ ସମସ୍ତ ହସ୍ତତନ୍ତ କାରୀଗରଙ୍କୁ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିଲେ।

ଜାତୀୟ ହସ୍ତତନ୍ତ ଦିବସରେ ବସ୍ତ୍ର ଉପରେ ୧୦% ରୁ ୨୦% ସରକାରୀ ରିହାତି

ସମ୍ବଲପୁରୀ ବସ୍ତ୍ର ପାଇଁ ସାରା ବିଶ୍ଵରେ ବରଗଡ ଜିଲ୍ଲାର ସ୍ଵତନ୍ତ୍ର ପରିଚୟ ରହିଥିବା ବେଳେ ବୁଣାକାର ମାନଙ୍କର କଳାକୃତିର ଯାଦୁଗରୀରେ ଆକୃଷ୍ଟ ହୋଇଥାନ୍ତି ଦେଶବାସୀ । ଏହି ବୁଣାକାର ମାନଙ୍କ ପାଇଁ ଛୋଟ ଛୋଟ ଗାଁଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଥାଏ ।

ବରଗଡ ନୂତନ ସମ୍ବଲପୁରୀ ବସ୍ତ୍ରାଳୟ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଛି ଏବଂ ଏହି ଅବସରରେ ପ୍ରତ୍ୟେକ ସମ୍ବଲପୁରୀ ବସ୍ତ୍ରାଳୟ ମାନଙ୍କରେ ୧୦% ରୁ ୨୦% ସରକାରୀ ରିହାତି ମିଳିବାକୁ ଥିବା ବେଳେ ବରଗଡ ସହର ଏବଂ ସମ୍ବଲପୁର ସହରର ଗ୍ରାହକଙ୍କ ପାଇଁ ଗିଫ୍ଟ ଭାଉଚରର ବ୍ୟବସ୍ଥା ମଧ୍ୟ ରହିଛି । ସମସ୍ତ ହସ୍ତତନ୍ତ ପ୍ରେମୀମାନେ ଏହି ସୁଯୋଗର ଲାଭ ଉଠାନ୍ତୁ ବୋଲି ବରଗଡ ଜିଲ୍ଲାପାଳ ମନିଷା ବାନାର୍ଜୀ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details