ବଲାଙ୍ଗୀର: ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ରାଜ୍ୟ ସରକାର ଏମିତି ମାଆକୁ ସମ୍ମାନ ଦେଉଥିବାର ସେ ଅଭିଯୋଗ କରିଛନ୍ତି । ପୋଲିସ ଢିଙ୍କିଆ ଗ୍ରାମବାସୀଙ୍କ ଉପରେ କରିଥିବା ଲାଠି ଚାଳନାକୁ ସେ ନିନ୍ଦା କରିଛନ୍ତି ।
ତେବେ ଓଡିଶା ପୋଲିସ ମହିଳା ଓ ଶିଶୁଙ୍କ ଉପରେ ବର୍ବୋରଚିତ ଅତ୍ୟାଚାର କରିଛି । ସେହିପରି ରାଜ୍ୟର ମୁଖ୍ୟମନ୍ତ୍ରୀ ମାଆଙ୍କୁ ସମ୍ମାନ କଥା କହୁଥିବା ବେଳେ ମାଆ ଓ ଶିଶୁଙ୍କୁ ଏଭଳି ସମ୍ମାନ ଦିଆଯାଉଛି । ଖୁବଶିଘ୍ର ଲୋକେ ଏହାର ଜବାବ ଦେବେ ବୋଲି ନରସିଂହ କହିଛନ୍ତି ।