ବଲାଙ୍ଗୀର: ବିବାଦୀୟ ଜମିରେ ଚାଷ କରିବାକୁ ନେଇ ସଂଗଠିତ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଜଣକୁ ହତ୍ୟା ମାମଲାରେ ଆଜି ପୋଲିସ୍ 7 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଗତକାଲି ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ କୁଟୁରାମୁଣ୍ଡା ଗ୍ରାମରେ ଏକ ବିବାଦୀୟ ଜମିରେ ଚାଷ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଏକାଧିକ ବ୍ୟକ୍ତି ଗୁରୁତର ହୋଇଥିଲେ ।
ଜମି ବିବାଦକୁ ନେଇ ଜଣକୁ ହତ୍ୟା ଘଟଣା, 7 ଗିରଫ ପରେ କୋର୍ଟ ଚାଲାଣ - murder in lohisingha
ଜମି ବିବାଦକୁ ନେଇ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଜଣଙ୍କୁ ହତ୍ୟା ଘଟଣାରେ 7 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଲୋଇସଂହା ପୋଲିସ । ଅଧିକ ପଢନ୍ତୁ...
ଜମି ବିବାଦକୁ ନେଇ ଜଣକୁ ହତ୍ୟା ଘଟଣା, 7 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ଏହି ରକ୍ତାକ୍ତ ସଂଘର୍ଷରେ ପ୍ରସନ୍ନ ବାଘ ବୋଲି ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ଏଥିରେ ମୃତକଙ୍କ ଦୁଇ ଭାଇ ମଧ୍ୟ ଗୁରୁତର ଆହତ ହୋଇଥିଲେ । ତେବେ ଏହି ଘଟଣାରେ ମୋଟ 6 ଜଣ ଆହତ ହୋଇଥିବାବେଳେ ଲୋଇସିଂହା ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଆଜି ଏହି ଘଟଣାରେ 7 ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିବାବେଳେ ସମସ୍ତଙ୍କର ଡାକ୍ତରୀ ମାଇନା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।
ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ