ଓଡିଶା

odisha

ETV Bharat / state

Poll Violence: ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ, ୩ ଆହତ - ପୌର ନିର୍ବାଚନ ମତଦାନ

ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ପୌର ନିର୍ବାଚନ ମତଦାନ ସମୟରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ବିଜେଡି ପ୍ରାର୍ଥିୀନୀ ସହ ତିନି ଜଣ ଆହତ ହୋଇଛନ୍ତି । ଏପଟେ ବିଜେଡି କର୍ମୀଙ୍କ ଏହାକୁ ନେଇ ଧାରଣା ଦେଇଥିଲେ । ଅଧିକ ପଢନ୍ତୁ

Municipal Violence: କଣ୍ଟାବାଞ୍ଜୀରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁ ମୁହାଁ, ୩ ଆହତ
Municipal Violence: କଣ୍ଟାବାଞ୍ଜୀରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁ ମୁହାଁ, ୩ ଆହତ

By

Published : Mar 24, 2022, 10:45 PM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ପୌର ନିର୍ବାଚନ ମତଦାନ ସମୟରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ବିଜେଡି ପ୍ରାର୍ଥିୀନୀ ସହ ତିନି ଜଣ ଆହତ ହୋଇଛନ୍ତି । ଏପଟେ ବିଜେଡି କର୍ମୀଙ୍କ ଏହାକୁ ନେଇ ଧାରଣା ଦେଇଥିଲେ ।

Municipal Violence: କଣ୍ଟାବାଞ୍ଜୀରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁ ମୁହାଁ, ୩ ଆହତ

ତେବେ କଣ୍ଟାବାଞ୍ଜି ଏନଏସିରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ ହୋଇଥିବା ବେଳେ କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେଡିର ଜଣେ ପ୍ରାର୍ଥୀନୀ ଓ ଦୁଇ କର୍ମୀ ଆହତ ହୋଇଛନ୍ତି । ଅଭିଯୋଗ ଅନୁସାରେ ବିଜେଡିର ୧୫ ନମ୍ୱର ୱାର୍ଡରେ କିଛି ମହିଳା ଭୋଟ ଦେବାକୁ ଲାଇନରେ ଛିଡା ହୋଇଥିବା ବେଳେ କଂଗ୍ରେସ କର୍ମୀ ମାନେ ଆସି ଗଣ୍ଡଗୋଳ କରିଥିଲେ । ଏହାକୁ ପ୍ରତିବାଦ କରିବାରୁ କଂଗ୍ରେସ କର୍ମୀମାନେ ପ୍ରାର୍ଥୀନୀ ପିଙ୍କି ଖର୍ସେଲ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି ।

ଅନ୍ୟପଟେ ଏହି ଆକ୍ରମଣ ପେର ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେଡି କର୍ମୀ ଧାରଣା ଦେଇଥିଲେ । ତେବେ ପୋଲିସ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା ।

ବଲାଙ୍ଗୀରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details