ବଲାଙ୍ଗୀର: ରାତି ପାହିଲେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ତେବେ ବଲାଙ୍ଗୀର ଜିଲ୍ଲାର ପାଞ୍ଚଟି ସହରାଞ୍ଚଳରେ ଏହା ପାଇଁ ପ୍ରସ୍ତୁତି ସରିଛି ।ପୋଲିଂ ଅଧିକାରୀ ସବୁ ବୁଥକୁ ଯିବା ଆରମ୍ଭ କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଆସନ୍ତାକାଲି ପୌର ନର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ତେବେ ବଲାଙ୍ଗୀର ପୌର ପରିଷଦ ପାଇଁ ୮୪ଟି ବୁଥରେ ଲୋକ ମତଦାନ କରିବେ । ଏଥିସହ ବଲାଙ୍ଗୀର ପୌରାଞ୍ଚଳରେ ମୋଟ ୭୮,୭୨୮ ଭୋଟର ରହିଥିବା ବେଳେ ୨୧ଟି ୱାର୍ଡ ରହିଛି । ଏଥିପାଇଁ ୬ଜଣ ଅଧ୍ୟକ୍ଷ ପ୍ରାର୍ଥୀ ରହିଥିବା ବେଳେ ୭୬ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି । ଏଥିସହ ବଲାଙ୍ଗୀର ପୌର ପରିଷଦରେ ୩୬ଟି ସମ୍ବେଦନଶୀଳ ଓ ୬ଟି ଅତି ସମ୍ବେଦନଶୀଳ ବୁଥ ରହିଛି ।
ସେହିପରି ପାଟଣାଗଡ଼ ଏନଏସିରେ ୧୫ଟି ୱାର୍ଡ ଥିବା ବେଳେ ୧୬,୭୨୩ ମୋଟ ଭୋଟର ମତଦାନ କରିବେ । ଏଥିସହ ୪ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଥିବା ବେଳେ ୫୦ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏଠାରେ ୨୨ଟି ବୁଥ ମଧ୍ୟରୁ ୯ଟି ସମ୍ବେଦନଶୀଳ ଓ ଦୁଇଟି ଅତି ସମ୍ବେଦନଶୀଳ ବୁଥ ରହିଛି । ସେହିଭଳି କଣ୍ଟାବାଞ୍ଜି ଏନଏସିରେ ମୋଟ ଭୋଟର ସଂଖ୍ୟା ୧୭,୫୫୧ ଥିବା ବେଳେ ୧୬ଟି ୱାର୍ଡ ରହିଛି । ତିନି ଜଣ ଚେୟାରମ୍ୟାନ ପ୍ରାର୍ଥୀ ଓ ୪୮ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି । ଏହା ସହିତ ୨୫ଟି ବୁଥ ମଧ୍ୟରୁ ୧୫ଟି ସମ୍ବେଦନଶୀଳ ଓ ଗୋଟିଏ ଅତିସମ୍ବେଦନଶୀଳ ବୁଥ ରହିଛି ।