ବଲାଙ୍ଗୀର: ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଜାତୀୟ ନାଟ୍ୟ ମହୋତ୍ସବ ‘ମଠଖାଇ’ । ଗତ 19 ତାରିଖରୁ ଆରମ୍ଭ ହୋଇଥିବା ଏହି ବହୁଭାଷୀ ଜାତୀୟ ନାଟ୍ୟ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ନାଟକ ସବୁ ପ୍ରଦର୍ଶିତ ହେବ। ସୋମବାର ଦ୍ଵିତୀୟ ସନ୍ଧ୍ୟାରେ ଲୋକଙ୍କ ମନ ଜିଣିଛି ରାଜଧାନୀ ଦିଲ୍ଲୀର ନାଟକ ।
ସୋମବାର ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଦିଲ୍ଲୀର ଆକ୍ଟର ରିପିଟୋରୀ ଥିଏଟର ଦ୍ବାରା ମଞ୍ଚସ୍ଥ ହୋଇଥିବା ରାଜସ୍ଥାନୀ ନାଟକ ଲୋକଙ୍କ ମନ ଜିଣିବାରେ ସଫଳ ହୋଇଥିଲା। ରାଜସ୍ଥାନୀ ଲୋକକଥା ଉପରେ ଆଧାରିତ ଏହି ହିନ୍ଦୀ ନାଟକ ବେଶ ହୃଦୟସ୍ପର୍ଶୀ ଥିଲା। ତେବେ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।