ଓଡିଶା

odisha

ETV Bharat / state

ଏସଏସଜି ମହିଳାଙ୍କଠୁ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ - ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ

ବଲାଙ୍ଗୀର ଜିଲ୍ଲାର 11ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ। ଅଧିକ ପଢନ୍ତୁ...

ଏସଏସଜି ମହିଳାଙ୍କ ଠାରୁ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ
ଏସଏସଜି ମହିଳାଙ୍କ ଠାରୁ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ

By

Published : Nov 5, 2020, 7:41 AM IST

ବଲାଙ୍ଗୀର: ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଢାଲ କରି କୋଟି କୋଟି ଟଙ୍କା ଠକେଇ ଅଭିଯୋଗ। ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା।

ଏସଏସଜି ମହିଳାଙ୍କ ଠାରୁ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ

ସୂଚନାମୁତାବକ, ମୁରିବାହଲ ଗାଁର 2 ଜଣ ବ୍ୟକ୍ତି ଚନ୍ଦ୍ରମଣି ବଗର୍ତ୍ତି ଓ ଠାକୁର ସେଲମା ଏହି ଠକେଇ କରିଥିବା ଅଭିଯୋଗ ହୋଇଛି। ଉଭୟ ଅଭିଯୁକ୍ତ ମୁରିବାହାଲ ବାଙ୍କେଲ ଓ ମାଲେଶିରା ଗ୍ରାମପଞ୍ଚାୟତର 11ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ କାଗଜ ପତ୍ର ଓ ଦସ୍ତଖତ ନେଇଯାଇଥିଲେ। ଏହା ସହ କର୍ମୀଙ୍କ ନାଁରେ ଥିବା ବିଭିନ୍ନ ଫାଇନାନ୍ସ କମ୍ପାନୀରୁ 6 ଥର ଲେଖାଏଁ ଋଣ ଉଠାଉଥିବାର ଅଭିଯୋଗ ହୋଇଛି।

ଏନେଇ ଗୋଷ୍ଠୀର କର୍ମୀମାନେ ମୁରିବାହଲ ଥାନାରେ ଆନ୍ଦୋଳନ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ବୁଧବାର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କଲେ ମହିଳା। ଶୀଘ୍ର ନ୍ୟାୟ ନ ମିଳିଲେ ଏମାନେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details