ଓଡିଶା

odisha

By

Published : Feb 13, 2023, 4:37 PM IST

ETV Bharat / state

ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା, ଭାଗନେଲେ ୧୫୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ

ବଲାଙ୍ଗୀରରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

State level body building championship
State level body building championship

ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗୀର:ଜିଲ୍ଲାରେ ରବିବାର ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା 'ମିଷ୍ଟର ଆଣ୍ଡ ମିସେସ ଇମ୍ପେରିଅଲ କ୍ଲାସିକ-୨୦୨୩' । ଏହି ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ସ୍ଥାନୀୟ ଟାଉନ ହଲ୍‌ଠାରେ ଏହାର ଆୟୋଜନ ହୋଇଥିବା ବେଳେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ୧୮୯ CRPF ବାଟାଲିୟନ କମାଣ୍ଡାଣ୍ଟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଇମ୍ପେରିଅର ହେଲ୍‌ଥ ସଲ୍ୟୁସନ ପକ୍ଷରୁ ଏହାର ଆୟୋଜନ କରାଯାଇଥିବା ବେଳେ ମୋଟ ୯ଟି କାଟାଗୋରୀ ରହିଥିଲା । ଯେଉଁଥିରେ ୮୦ କେଜି ବର୍ଗରେ ବାଲେଶ୍ବର ଜିଲ୍ଲାର ବିପ୍ଳବ ଦାସ ପ୍ରଥମ ହୋଇଥିଲେ । ସେହିପରି ରଞ୍ଜନ ପଳାଇ ଦ୍ଵିତୀୟ ଓ ସୁରେନ୍ଦ୍ର ଦାସ ତୃତୀୟ ହୋଇଛନ୍ତି । ସମାନ ଭାବରେ ୭୫ କେଜି ବର୍ଗରେ କଟକର ଲକୀ ଦେବ ପ୍ରଥମ, କୋରାପୁଟର ରଜନୀକାନ୍ତ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ୬୫ କେଜି ବର୍ଗରେ ସମ୍ବଲପୁରର ଶଙ୍କର ମେହେର ପ୍ରଥମ, ବାଲେଶ୍ଵରର ଏସ.କେ ଏହେସାନ ଦ୍ଵିତୀୟ ଓ ଗଞ୍ଜାମର ବସନ୍ତ ମହାରଣା ତୃତୀୟ ସ୍ଥାନରେ ବିଜୟୀ ହୋଇଛନ୍ତି ।

ଏହା ବି ପଢନ୍ତୁ- ପାଣି ବିନା ପାଣି ପଞ୍ଚାୟତ ପକ୍ଷ ପାଳନ, ବଲାଙ୍ଗୀରରେ କାଗଜପତ୍ରରେ ଚାଲିଛି ଜଳସେଚନ !

ସମାନ ଭାବରେ ୬୦ କେଜି ବର୍ଗରେ କଳାହାଣ୍ଡିର ଦେବେନ୍ଦ୍ର ନାଏକ ପ୍ରଥମ, ସମ୍ବଲପୁରର କପିଳ କୁମାର ତାଣ୍ଡି ଦ୍ଵିତୀୟ ଓ କଟକର ରଶ୍ମି ରଞ୍ଜନ ଲେଙ୍କା ତୃତୀୟ ହୋଇଥିଲେ। ଏହାଛଡା ୫୫ କେଜି ବର୍ଗରେ ସମ୍ବଲପୁରର ଅନୀଳ ବାଗ ପ୍ରଥମ, ଖୋର୍ଦ୍ଧାର ଶୁଭ୍ରାଂଶୁ ଶେଖର ହରିଚନ୍ଦନ ଦ୍ଵିତୀୟ ଓ ଅନୁଗୋଳର ସତ୍ୟ ପ୍ରିୟ ନାଏକ ତୃତୀୟ ହୋଇଛନ୍ତି । ସମାନ ଭାବରେ ୪୦ କେଜି ବର୍ଗରେ ସମ୍ବଲପୁରର ଜୟରଥ ବାଗ ପ୍ରଥମ, ସମ୍ବଲପୁରର ସୋନୁ କୁମାର ଦ୍ଵିତୀୟ ଓ ଗଞ୍ଜାମର ବିକାଶ ସାହୁ ତୃତୀୟ ସ୍ଥାନରେ ବିଜୟୀ ହୋଇଛନ୍ତି ।

ଏଠାରେ ଉପସ୍ଥିତ ଥିବା ୧୮୯ ବାଟାଲିୟନ CRPF କମାଣ୍ଡାଣ୍ଟ ପବନ ତିୱାରୀ ଏହି ପ୍ରତିଯୋଗିତାକୁ ପ୍ରଶଂସା କରିଛନ୍ତି । ପ୍ରତିଯୋଗୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଥିବାର ସେ କହିଛନ୍ତି । ତେବେ ଏଭଳି ପ୍ରତିଯୋଗିତା ଯୁବକମାନଙ୍କୁ ସୁସ୍ଥ ରଖିବା ସହ ଭବିଷ୍ୟତ ପାଇଁ ଅନେକ ରାସ୍ତା ଖୋଲି ଦିଏ ବୋଲି ସେ କହିଛନ୍ତି । ତେବେ CRPF ଏଭଳି ଆୟୋଜନକୁ ସବୁବେଳେ ଉତ୍ସାହିତ କରିଥାଏ ବୋଲି ସେ କହିଛନ୍ତି । ସେପଟେ ଆୟୋଜକ ବାଳକୃଷ୍ଣ ବାଗ ଆଜିର ଯୁବପିଢିଙ୍କୁ ନିଶା ଓ ଖରାପ ଅଭ୍ୟାସରୁ ଦୂରରେ ରହି ଏଭଳି ସୁନ୍ଦର ସ୍ବାସ୍ଥ୍ୟ ଗଢିବାକୁ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ନିଜର ତଥା ଦେଶର ଉନ୍ନତି ସମ୍ଭବ ବୋଲି କହିଛନ୍ତି । ଏହି ପ୍ରତିଯୋଗିତାରେ ସଫଳତା ପାଇଥିବା ଖେଳାଳି ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details