ଓଡିଶା

odisha

ETV Bharat / state

୧୪ ହଜାରରୁ ଊର୍ଦ୍ଧ୍ବ କଫ ସିରପ ଜବତ, 2 ଗିରଫ - ଏସପି ନୀତିନ କୁଶଳକର

ବଲାଙ୍ଗୀର ପୋଲିସକୁ ସଫଳତା । ବିପୁଳ ପରିମାଣର କଫ ସିରପ ଜବତ ସହ ଗୋଟିଏ ଟ୍ରକ ଓ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

୧୪ ହଜାରରୁ ଉର୍ଦ୍ଧ୍ବ କଫ ସିରପ ଜବତ, 2 ଗିରଫ
୧୪ ହଜାରରୁ ଉର୍ଦ୍ଧ୍ବ କଫ ସିରପ ଜବତ, 2 ଗିରଫ

By

Published : May 29, 2021, 12:49 PM IST

ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା । ବଲାଙ୍ଗୀରରେ ଦୀର୍ଘ ଦିନରୁ ବେଆଇନ କଫ ସିରପ କାରବାର ସକ୍ରିୟ ଥିବା ବେଳେ ଆଜି ପୋଲିସ ତୁରେକେଲାରୁ ବିପୁଳ ପରିମାଣର କଫ ସିରପ ଜବତ କରିବା ସହ ଗୋଟିଏ ଟ୍ରକ ଓ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସପି ନୀତିନ କୁଶଳକର। ୧୪ ହଜାର ୪୦୦ ବୋତଲ କଫ ସିରପ ଜବତ କରାଯିବା ସହ ନଗଦ ୧୩ ହଜାର ଟଙ୍କା ଓ କଫ ସିରପରେ ମିଶା ଯାଉଥିବା କିଛି ଟେବଲେଟ ମଧ୍ୟ ଜବତ କରାଯାଇଛି । ତେବେ ଏହି କାରବାରରେ ଆଉ କେହି ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି।

୧୪ ହଜାରରୁ ଉର୍ଦ୍ଧ୍ବ କଫ ସିରପ ଜବତ, 2 ଗିରଫ

ପୋଲିସ ସୂଚନା ଅନୁସାରେ କର୍ଣ୍ଣାଟକ ନମ୍ବର ଥିବା ଏକ ଗାଡ଼ିରେ ବିପୁଳ ପରିମାଣର କଫ ସିରପ ବଲାଙ୍ଗିର ଜିଲ୍ଲାର ତୁରେକେଲା ଅଞ୍ଚଳକୁ ଆସୁଥିଲା । ଏନେଇ ଖବର ପାଇ ଆଜି ଭୋର ସମୟରେ ତୁରେକେଲା ପୋଲିସ ଗାଡ଼ି ସହ ୯୦ କାଟୁନ କଫ ସିରପ ଜବତ କରିଛି । ତା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହାପରେ କଫ ସିରପ ଗାଡ଼ି ଓ ଅଭିଯୁକ୍ତଙ୍କୁ ବଲାଙ୍ଗିର ଏସପି ଅଫିସକୁ ଅଣାଯାଇଥିଲା । ଏସପି ନୀତିନ କୁସଲକର ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଥିଲେ।

ତେବେ ଘଟଣାରେ ଜଣେ ଅଣ ଓଡ଼ିଆ ବ୍ୟବସାୟୀଙ୍କ ସଂପୃକ୍ତ ନେଇ ମଧ୍ୟ ତଦନ୍ତ ଚାଲିଥିବା ଏସପି ସୂଚନା ଦେଇଛନ୍ତି। ଯେହେତୁ କଫ ସିରପ ତୁରେକେଲା ଅଞ୍ଚଳକୁ ଆସୁଥିବାରୁ ଏଠାରୁ କେଉଁ କେଉଁ ଜାଗାକୁ ପଠା ଯାଉଥିଲା ସେନେଇ ମଧ୍ୟ ପୋଲିସ ତଦନ୍ତ ଚଳାଇଛି। ହେଲେ ପ୍ରଶ୍ନ ଉଠୁଛି, ଲକଡାଉନ, ସଟଡାଉନ ସମୟରେ ବାହାର ରାଜ୍ୟରୁ ବିପୁଳ ପରିମାଣର କଫ ସିରପ ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳକୁ ଆସିଲା କେମିତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details