ଓଡିଶା

odisha

ETV Bharat / state

ଭିନ୍ନକ୍ଷମ ବାଳିକାଙ୍କ ପାଠ ପଢ଼ାରେ ଅର୍ଥ ସାଜିଛି ବାଧକ - ବଲାଙ୍ଗୀର ଭିନ୍ନକ୍ଷମ ବାଳିକା

ଦେଶରେ ବାଳିକା ଶିକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଛି ଅନେକ ଯୋଜନା । ମାତ୍ର ଜଣେ ଗରିବ ଭିନ୍ନ କ୍ଷମ ବାଳିକାର ପାଠ ପଢ଼ାରେ ବାଧକ ସାଜିଛି ଅର୍ଥ । ସଂପୂର୍ଣ୍ଣ ପଢନ୍ତୁ...

Money is barrier to reading for physically challenged Girl
ଭିନ୍ନକ୍ଷମ ବାଳିକାଙ୍କ ପାଠ ପଢ଼ାରେ ଅର୍ଥ ସାଜିଛି ବାଧକ

By

Published : Jun 30, 2020, 5:33 AM IST

ବଲାଙ୍ଗୀର: ଦେଶରେ ବାଳିକା ଶିକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଛି ଅନେକ ଯୋଜନା । ମାତ୍ର ଜଣେ ଗରିବ ଭିନ୍ନ କ୍ଷମ ବାଳିକାର ପାଠ ପଢ଼ାରେ ବାଧକ ସାଜିଛି ଅର୍ଥ । ବଲାଙ୍ଗୀର ସଦେଇପାଲି ପଞ୍ଚାୟତର ଗନ୍ଧରେଳ ଗ୍ରାମର ସୁରେଶ ନନ୍ଦଙ୍କ ଝିଅ ଦିଲିଶା ନନ୍ଦ । ଜନ୍ମରୁ ଦିଲିଶା ଭିନ୍ନକ୍ଷମ ଥିବା ବେଳେ ସବୁ କାମ ପାଇଁ ନିଜ ବାପା ମା' ଙ୍କ ସାହାଯ୍ୟ ନେଇଥାନ୍ତି।

ଭିନ୍ନକ୍ଷମ ବାଳିକାଙ୍କ ପାଠ ପଢ଼ାରେ ଅର୍ଥ ସାଜିଛି ବାଧକ

ତେବେ ଏଭଳି ପରିସ୍ଥିତିରେ ମଧ୍ୟ ସେ ପାଠ ପଢ଼ିବାର ଦୃଢ ଇଛା ରଖିଛନ୍ତି । ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢି ଏବେ ଘରେ ଅଛନ୍ତି । ଆଗକୁ ପଢ଼ିବାର ତାଙ୍କର ଇଛା ଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ତାହା ସମ୍ଭବ ହୋଇ ପାରୁନାହିଁ।

ସେହିପରି ଆଖ ପାଖରେ କୌଣସି ଉଚ୍ଚ ବିଦ୍ୟାଳୟ ନଥିବା ବେଳେ ତାଙ୍କୁ ଅଧିକ ପଢିବାକୁ ସହର ଆସିବାକୁ ହେବ । ହେଲେ ଗରିବ ପରିବାର ପାଖରେ ସହର ଯିବାକୁ ସମ୍ବଳ ନଥିବା ବେଳେ ପଢ଼ିବାର ଆଶା ମଧ୍ୟ ମଉଳି ଯାଇଛି ।

ଦିଲିଶାଙ୍କ ବାପା ଜଣେ ଦିନ ମଜୁରିଆ ଭାବ କାମ କରି ବହୁକଷ୍ଟରେ ପରିବାର ଚଳାନ୍ତି । ଚିକିତ୍ସା ପାଇଁ ବାପା ମା ସବୁଠି ଦୌଡ଼ି ନିରାଶ ହେବାପରେ ଘରେ ଝିଅର ଯତ୍ନ ନେଉଛନ୍ତି। ଝିଅକୁ ଅଧିକ ଶିକ୍ଷା ଦେବା ପାଇଁ ତାଙ୍କ ପାଖରେ ଆଉ ସମ୍ବଳ ନାହିଁ । ଫଳରେ ଅଧିକ ପଢ଼ିବାର ସ୍ବପ୍ନ ପୁରଣ କରିବା ପାଇଁ ସରକାରୀ ସାହାଯ୍ୟ ଆଶାରେ ଅଛନ୍ତି ପରିବାର।

ବଲାଙ୍ଗୀରରୁ ସେକ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details