ବଲାଙ୍ଗୀର: ପାଟଣାଗଡ଼ ବିଧାୟକ ସରୋଜ ମେହେର ଜେଇଇ ଜୟକାନ୍ତ ଶବରଙ୍କୁ ବିଚ ରାସ୍ତାରେ ଉଠବସ କରିବା ଘଟଣାରେ ଆଦିବାସୀ ସଂଘ ଆସନ୍ତା 26 ତାରିଖରେ ବିଧାନସଭା ଘେରାଉ କରିବାର ନିଷ୍ପତ୍ତି ନେଇଛନ୍ତି। ଆଇନ ଅନୁସାରେ ଶୀଘ୍ର ପଦକ୍ଷେପ ନ ନିଆଗଲେ ଆଗକୁ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ କହିଛି ।
ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବିରେ ବିଧାନସଭା ଘେରିବ ଆଦିବାସୀ ସଂଘ - ସରୋଜ ମେହେର
ପାଟଣାଗଡ଼ ବିଧାୟକ ସରୋଜ ମେହେର, ଜେଇ ଜୟକାନ୍ତ ଶବରଙ୍କୁ ବିଚ ରାସ୍ତାରେ ଉଠବସ କରିବା ଘଟଣାରେ ଆଦିବାସୀ ସଂଘ ଆସନ୍ତା 26 ତାରିଖରେ ବିଧାନସଭା ଘେରାଉ କରିବାର ନିଷ୍ପତ୍ତି ନେଇଛନ୍ତି।
ବିଧାୟକଙ୍କୁ ଗିରଫ ଦାବିରେ ଆଦିବାସୀ ସଂଘ ଆନ୍ଦୋଳନ ଜାରିରଖିଛି । ଏହି ମାମଲାରେ ପାଟଣାଗଡ଼ ସମେତ ବଲାଙ୍ଗୀରର ସବୁଥାନାରେ ବିଧାୟକଙ୍କ ବିରୁଦ୍ଧରେ ସଂଘ ଲିଖିତ ଅଭିଯୋଗ କରିଛି । ସେହିପରି ଆଦିବାସୀଙ୍କ ସହ ପୋଲିସ ପ୍ରଶାସନର ଆଲୋଚନା ବିଫଳ ହୋଇଛି । ସେହିପରି ଆଦିବାସୀ ସଂଘ ସହିତ ଭୁବନେଶ୍ବର ସ୍ତରୀୟ ଆଲୋଚନା ମଧ୍ୟ ସମାନ ଭାବରେ ବିଫଳ ହୋଇଛି । ହେଲେ ଏଯାଏ ପୋଲିସ କୌଣସି ପଦକ୍ଷେପ ନେଇ ନଥିବାରୁ ଆଦିବାସୀ ସଂଘ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ସେହିପରି ଏହି ଘଟଣାରେ ବଲାଙ୍ଗୀର ଆଦିବାସୀ ସଂଘକୁ ରାଜ୍ୟର ସବୁ ଆଦିବାସୀ ସଂଘ ସମର୍ଥନ ଦେଇଛନ୍ତି ।
ବଲାଙ୍ଗୀରରୁ ଶେକ ମହମ୍ମଦ ୱାହିଦ, ଇଟିଭି ଭାରତ