ବଲାଙ୍ଗୀର: ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ରବିବାର ବଲାଙ୍ଗୀରରେ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, ବଲାଙ୍ଗୀର ବଙ୍ଗୋମୁଡ଼ା ବ୍ଲକ୍ ଯୁଏରପଡା ଗ୍ରାମର ଗୋବିନ୍ଦ ପଟେଲ ରବିବାର ସକାଳୁ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । ନିଖୋଜ ଅଭିଯୋଗର କିଛି ଘଣ୍ଟା ପରେ ଗୋବିନ୍ଦଙ୍କ ଝୁଲନ୍ତା ମୃତଦେହ ଗାଁ ନିକଟସ୍ଥ ବିଲ ମଧ୍ୟରେ ଥିବା ଏକ ଗଛରୁ ଉଦ୍ଧାର କରାଯାଇଛି ।