ବଲାଙ୍ଗୀର:ରେଳ ଷ୍ଟେସନରୁ ନିଖୋଜ ଶିଶୁକନ୍ୟା ଉଦ୍ଧାର । ଜିଲ୍ଲାର ଡୁଙ୍ଗୁରିପାଲି ଗାଁର ଜୟଶ୍ରୀ ପୁଟେଲ ଗତକାଲି ବସ ଯୋଗେ ମହଖଣ୍ଡରୁ କଣ୍ଟାବାଞ୍ଜି ଆସୁଥିବା ବେଳେ ତାଙ୍କର ୪ ମାସର ଝିଅ ହଠାତ ନିଖୋଜ ହୋଇଯାଇଥିଲେ । ଏନେଇ ମହିଳା ଜଣଙ୍କ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ । ତେବେ ନିଖୋଜର ୨ଘଣ୍ଟା ମଧ୍ୟରେ କଣ୍ଟାବାଞ୍ଜି ପୋଲିସ ଓ ଆର.ପି.ଏଫ ପୋଲିସ କଣ୍ଟାବାଞ୍ଜି ରେଳ ଷ୍ଟେସରରୁ ଶିଶୁକନ୍ୟାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ବସରୁ ନିଖୋଜ, ରେଳଷ୍ଟେସନରୁ ଉଦ୍ଧାର ହେଲା ଶିଶୁକନ୍ୟା - ରେଳଷ୍ଟେସନ
ବଲାଙ୍ଗୀର ଜିଲ୍ଲା ଡୁଙ୍ଗୁରିପାଲି ଗାଁର ଜୟଶ୍ରୀ ପୁଟେଲଙ୍କ ୪ ମାସର ଶିଶୁକନ୍ୟା ଗତକାଲି ବସରୁ ନିଖୋଜ ହୋଇଯାଇଥିବା ବେଳେ ରେଳଷ୍ଟେସନରୁ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ...
ବସରୁ ନିଖୋଜ ହୋଇ ରେଳଷ୍ଟେସନରୁ ଉଦ୍ଧାର ହେଲେ ନିଖୋଜ ଶିଶୁକନ୍ୟା
ବସରୁ ନିଖୋଜ ହୋଇ ରେଳଷ୍ଟେସନରୁ ଉଦ୍ଧାର ହେଲେ ନିଖୋଜ ଶିଶୁକନ୍ୟାବସରୁ ନିଖୋଜ ହୋଇ ରେଳଷ୍ଟେସନରୁ ଉଦ୍ଧାର ହେଲେ ନିଖୋଜ ଶିଶୁକନ୍ୟା
ସେପଟେ ବସଟି ଅଧାବାଟରେ ହୋଇଥିବା ବେଳେ ହଠାତ ଶିଶୁକନ୍ୟା ଜଣଙ୍କ କିପରି ନିଖୋଜ ହେଲେ ଓ ୪ମାସର ଶିଶୁ କନ୍ୟା ରେଳ ଷ୍ଟେସନକୁ କିପରି ଗଲେ, ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ