ଓଡିଶା

odisha

ETV Bharat / state

ସ୍କୁଲ ଛାତ୍ରୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି - ଛାତ୍ରୀଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ

ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ଚାନ୍ତି ପଦର ଗ୍ରାମ ରାସ୍ତାରେ ସ୍କୁଲ ଛାତ୍ରୀଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ। ଅଧିକ ପଢନ୍ତୁ

ସ୍କୁଲ ଛାତ୍ରୀଙ୍କୁ ଆକ୍ରମଣ
ସ୍କୁଲ ଛାତ୍ରୀଙ୍କୁ ଆକ୍ରମଣ

By

Published : Jan 13, 2023, 10:11 PM IST

ସ୍କୁଲ ଛାତ୍ରୀଙ୍କୁ ଆକ୍ରମଣ

ବଲାଙ୍ଗୀର: ସ୍କୁଲ ଛାତ୍ରୀଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ । ଏନେଇ ଗୁରୁତର ଛାତ୍ରୀ ମେଡିକାଲରେ ଭର୍ତ୍ତି । ତେବେ ଏଭଳି ଘଟଣା ଘଟିଛି ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ଚାନ୍ତି ପଦର ଗ୍ରାମ ରାସ୍ତାରେ। ଅଭିଯୋଗ ଅନୁଯାୟୀ ,ସ୍କୁଲ ଛାତ୍ରୀ ଜଣକ ନିଜ ଘରୁ ସ୍କୁଲ କୁ ଯାଉଥିବା ବେଳେ ରାସ୍ତାରେ 4ଜଣ ଯୁବକ ଛାତ୍ରୀଙ୍କୁ ଅଟକାଇ ଥିଲେ। ଏଥିସହ କିଛି ବୁଝିବା ଆଗରୁ ଜଣେ ଦୁର୍ବୃତ୍ତ ଛାତ୍ରୀଙ୍କୁ ରାସ୍ତା ଉପରେ ନିସ୍ତୁକ ମାଡ଼ ମାରିଥିଲେ । ତେବେ ଏଥିରେ ଛାତ୍ରୀ ଜଣକ ସେଠି ଅଚେତ୍ ହୋଇଯିବା ପରେ ଆକ୍ରମଣକାରୀମାନେ ସେଠାରୁ ଫେରାର ମାରିଥିଲେ।

ସେହିପରି ଅନ୍ୟପଟେ ଗ୍ରାମବାସୀ ଛାତ୍ରୀଙ୍କୁ ଉଦ୍ଧାର କରି ପ୍ରଥମେ ତୁଷୁରା ଡ଼ାକ୍ତର ଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ତେବେ ଏହି ମାମଲାକୁ ନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ପୋଲିସ୍ ଏହି ଘଟଣାରେ ଅଭିଯୁକ୍ତକୁ ଖୋଜୁଥିବା ବେଳେ ସାଧାରଣରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details